ରାଜ୍ୟରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର ଉଦ‍୍‌ବେଗଜନକ

0
156
advertisement

ରାଜ୍ୟ ସରକାର ସରକାରୀ ସ୍କୁଲରେ ପାଠପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାରେ ପରିପୂର୍ଣ୍ଣ କରିବାକୁ ବଡ଼ ବଡ଼ ଘୋଷଣା କରିଚାଲିଛନ୍ତି। ଲୋକଙ୍କୁ ଦେଖାଇବା ପାଇଁ ନୂଆ ନୂଆ ନିର୍ଦ୍ଦେଶ ଦେଇ ଶିକ୍ଷାର ସଂସ୍କାର ନାମରେ ଭୂଆଁ ବୁଲାଉଛନ୍ତି। ହାଇସ୍କୁଲ ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ ୮ମ ଶ୍ରେଣୀର ପରୀକ୍ଷାକୁ କଡ଼ାକଡ଼ି କରାଯାଉଛି। ସ୍କୁଲରେ ବାନ୍ଧି ହୋଇରହିବା ପାଇଁ କୋମଳମତି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଆକର୍ଷିତ କରାଯାଉଛି।

ମଧ୍ୟାହ୍ନ ଭୋଜନ, ମାଗଣା ପୋଷାକ ଓ ପୁସ୍ତକ ବଣ୍ଟନ ପରେ ରାଜ୍ୟରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର କମିବାର ନାଁ ଧରୁନାହିଁ। ବ୍ୟାପକ ଯୋଜନା ଓ ଏଥିପାଇଁ ବିପୁଳ ଆର୍ଥିକ ଅନୁଦାନ ସତ୍ତ୍ୱ୍ୱେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ସଫଳ ହୋଇଥିବା ଶିକ୍ଷା ବିଭାଗର ଅସଲ ମୁଖାକୁ ପଦାରେ ପକାଇଦେଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ସଦ୍ୟତମ ଜାରିହୋଇଥିବା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ଏଭଳି ଉଦବେଗଜନକ ସୂଚନା ଦେଖିବାକୁ ମିଳିଛି। ରାଜ୍ୟରେ ସାକ୍ଷରତା ହାର ବଢ଼ାଇବା ପାଇଁ ବହୁବିଦ୍ଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାସତ୍ତ୍ୱେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ପ୍ରତିବର୍ଷ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡୁଥିବା ରିପୋର୍ଟରୁ ଜଣାପଡିଛି। ବିଗତ ୫ବର୍ଷ ମଧ୍ୟରେ ଏହି ଚିତ୍ର ଅତି ଉଦବେଗଜନକଭାବେ ବଢ଼ିବଢ଼ି ଚାଲିଛି।

୨୦୧୩-୧୪ ମସିହାରେ ପ୍ରାଥମିକ ବିଦ୍ୟାଳୟଗଡ଼ିକରେ ଡ୍ରପଆଉଟ ହାର ୧.୯୭% ରହିଥିଲା। ସେମାନଙ୍କ ମଧ୍ୟରେ ଛାତ୍ରଙ୍କ ହାର ୨.୦୮% ରହିଥିଲା ବେଳେ ଛାତ୍ରୀଙ୍କ ହାର ୨.୦୫ ରହିଥିଲା। ୨୦୧୪-୧୫ ଶିକ୍ଷାବର୍ଷରେ ଏହି ହାର ୧.୬୩%ରେ ରହିଥିବାବେଳେ ଛାତ୍ରଙ୍କ ହାର ୧.୫୮% ଓ ଛାତ୍ରୀଙ୍କର ୧.୭୮%ଥିଲା। ୨୦୧୫-୧୬ ଶିକ୍ଷାବର୍ଷରେ ଏହି ହାର ବୃଦ୍ଧି ହୋଇ ୨.୮୨%ରେ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରେ ଛାତ୍ରଙ୍କ ହାର ୨.୮୭% ଓ ଛାତ୍ରୀଙ୍କ ହାର ୨.୯୨% ଥିଲା। ସେହିଭଳି ୨୦୧୬-୧୭ ବର୍ଷରେ ଏହି ହାର ୪.୨୦%କୁ ବୃଦ୍ଧି ପାଇବା ସହ ଏଥିରେ ଛାତ୍ରଙ୍କ ହାର ୪.୨% ଓ ଛାତ୍ରୀଙ୍କ ୪.୪୧% ରହିଥିଲା। ୨୦୧୭-୧୮ ବର୍ଷରେ ସ୍ଥିତି ଅତ୍ୟନ୍ତ ଉଦ‍୍‌ବେଗଜନକ ହୋଇ ଏହା ୫.୮୧%ରେ ପହଞ୍ଚିଥିଲା। ଏଥିରେ ଛାତ୍ରମାନଙ୍କ ହାର ୫.୯୯% ଥିବା ବେଳେ ଛାତ୍ରୀଙ୍କ ହାର ୫.୬୧% ରହିଥିଲା।

କେବଳ ପ୍ରାଥମିକ ନୁହେଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ସ୍ଥିତି ଏହାଠାରୁ ଅତ୍ୟନ୍ତ ଉଦବେଗଜନକ। ୨୦୧୩-୧୪ ମସିହାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଅଧାରୁ ପାଠପଢ଼ା ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର ବଢ଼ିବାରେ ଲାଗିଛି। ୨୦୧୩-୧୪ ଶିକ୍ଷା ବର୍ଷରେ ଡ୍ରପଆଉଟ ହାର୨.୪୦% ଥିବା ବେଳେ ଛାତ୍ରଙ୍କ ହାର ୨.୭୧% ଓ ଛାତ୍ରୀଙ୍କ ହାର ୨.୦୮% ଥିଲା। ୨୦୧୪-୧୫ ଶିକ୍ଷାବର୍ଷରେ ଏହି ହାର ବୃଦ୍ଧି ପାଇ ୪.୨୧%ରେ ପହଞ୍ଚିଥିଲା। ଏହି ବର୍ଷ ଛାତ୍ରଙ୍କ ହାର ୪.୩୧% ଥିବାବେଳେ ଛାତ୍ରୀଙ୍କ ହାର ୪.୨୫% ହୋଇଥିଲା। ୨୦୧୫-୧୬ ବର୍ଷରେ ଏହି ହାର ୩.୮୭%ରେ ପହଞ୍ଚିବା ବେଳେ ୪.୨୦%ଛାତ୍ର ଓ ୩.୫୨% ଛାତ୍ରୀଙ୍କ ହାର ରହିଥିଲା। ୨୦୧୬-୧୭ ଶିକ୍ଷା ବର୍ଷରେ ଏହା ୫.୮୪%ରେ ପହଞ୍ଚିଥିବା ବେଳେ ଛାତ୍ରଙ୍କ ହାର ୫.୨୯% ଛାତ୍ରୀଙ୍କ ହାର ୫.୦୨% ଥିଲା ଏବଂ ୨୦୧୭- ୧୮ ବର୍ଷରେ ଡ୍ରପଆଉଟ ହାର ୫.୪୫% ରେ ପହଞ୍ଚିଥିବା ବେଳେ ଏହି ବର୍ଷ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଙ୍କ ହାର ୫.୯୭% ଓ ଛାତ୍ରୀଙ୍କ ହାର ୪.୯୦% ରହିଥିଲା।

ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଗଣଶିକ୍ଷା ବିଭାଗ ଜୋରଦାର ପ୍ରୟାସ କରିଥିବା ବେଳେ ଏପଟେ ସ୍କୁଲ ଛାଡି ଛାତ୍ରଛାତ୍ରୀ ଦାଦନ ମୁହାଁ ହେଉଥିବା ଆଲୋଚନା ହେଉଥିଲେ ମଧ୍ୟ ସରକାର ଏହାକୁ ରୋକିପାରୁନଥିବା ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here