ଭାଇରାଲ ଭିଡିଓ ନେଇ ଅଡ଼ୁଆରେ ପ୍ରଦୀପ ମାଝୀ

କଂଗ୍ରେସ ପାର୍ଟିକୁ କାର୍ଯ୍ୟକାରୀ ସଭାପତି ଯୋଗ ଭଲ ପଡ଼ୁନାହିଁ। ୨୦୦୯ରେ କାର୍ଯ୍ୟକାରୀ ସଭାପତିମାନେ ସଭାପତି କେପିଙ୍କୁ ଏମିତି ଅଡ଼ୁଆରେ ପକାଇଲେ ଯେ, ଶେଷରେ କଂଗ୍ରେସ ଢୋ ହୋଇଗଲା। ପୁଣି ସେହି ଫର୍ମୁଲାକୁ ଆପଣେଇଥିଲେ ରାହୁଲ। ଜଣେ କାର୍ଯ୍ୟକାରୀ ସଭାପତି ନବ ଦାସ ଚାଲିଗଲେଣି ଶଙ୍ଖ ପାର୍ଟିକୁ। ଆଉ ଜଣେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ପୁଣିଥରେ ଅଡ଼ୁଆରେ ପଡ଼ିବାକୁ ଯାଉଛନ୍ତି। ଏଥର ଫଟୋ ନୁହେଁ, ସିଧା ଭାଇରାଲ ଭିଡିଓ।

୨୦୧୩ରେ ପ୍ରଦୀପ ମାଝୀଙ୍କର କିଛି ଫଟୋ ଭାଇରାଲ ହୋଇଥିଲା। ପ୍ରଦୀପ ସଙ୍ଗେସଙ୍ଗେ ଦିଲୀ ଅଦାଲତରେ ମାମଲା ରୁଜୁ କରିଦେଇଥିଲେ। ଯେହେତୁ ସେତେବେଳେ କଂଗ୍ରେସ ସରକାର ଥିଲା କେନ୍ଦ୍ରରେ ସେଥିପାଇଁ ଗଣମାଧ୍ୟମକୁ ଡରାଇବା ଲାଗି ସେ ଚେଷ୍ଟା କରିଥିଲେ। କିନ୍ତୁ ଯାହା ହେଉ ପ୍ରଦୀପଙ୍କ ମିଥ୍ୟା ମାମଲା କୋର୍ଟରେ ଖାରାଜ ହୋଇ ଯାଇଥିଲା। ପୁଲିସ ମଧ୍ୟ ଠିକ ରିପୋର୍ଟ ଦେଇଥିଲେ।

କିନ୍ତୁ ଏବେ ନିର୍ବାଚନ ପୂର୍ବରୁ ତାଙ୍କ କେଳଙ୍କାରୀର ଭିଡ଼ିଓ ଭାଇରାଲ ହୋଇଛି। ସେହି ଥାଇଲାଣ୍ଡବାଲା ଭିଡ଼ିଓ। ବୋଧହୁଏ ତାଙ୍କ ନିଜ ଲୋକ କେହି ଏହାକୁ ଉଠାଇଛନ୍ତି। କୌଣସି ହୋଟେଲରେ ଏହି ଭିଡିଓ ଉଠାଯାଇଥିବା ଜଣାପଡ଼ୁଛି। ଏବେ ହୁଏତ ପ୍ରଦୀପ ଏହାକୁ ବନାବଟୀ ଭିଡିଓ ବୋଲି କହିପାରନ୍ତି। କିନ୍ତୁ ନିର୍ବାଚନ ଆଗରୁ ଏଭଳି ଭିଡିଓ ତାଙ୍କ ବିରୋଧୀମାନେ ଛାଡ଼ିଛନ୍ତି ବୋଲି କହିଲେ ସୁଦ୍ଧା ଭୋଟରଙ୍କ ଉପରେ କି ପ୍ରଭାବ ପକାଇବ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ।

ଏବେ କିନ୍ତୁ ନବରଙ୍ଗପୁରରେ ତିନି ମାଝୀଙ୍କ ଲଢେଇରେ ପ୍ରଦୀପ ଆଗରେ ଥିଲେ ହେଁ, କେତେବେଳେ ଯେ ତଳକୁ ଖସି ଯିବେ କିଏ କହିପାରିବ?

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

କେଉଁ ଅବିବାହିତ ବା ସିଙ୍ଗଲ ନେତାଙ୍କ ହାତରେ ରହିବ କ୍ଷମତା ଚାବିକାଠି?

ବିଜୟ ମହାପାତ୍ରଙ୍କ ପାଇଁ ଦିଲୀପ ରାୟ ପ୍ରଚାର କରିବେ

ସନାଙ୍କ କଥାରେ ବିଜେଡି ପରିଚାଳିତ

Leave a Reply

Your email address will not be published.