ଘିମିରି ସମସ୍ୟାରୁ ରକ୍ଷା ପାଇବା ପାଇଁ କଞ୍ଚା ଆଳୁ

ଖରାଦିନରେ ଅଧିକ ଗରମ ଓ ଗୁଳୁଗୁଳି କାରଣରୁ ଘିମିରି ସମସ୍ୟା ସୃଷ୍ଟି ହୋଇଥାଏ । ଅନେକଙ୍କ କ୍ଷେତ୍ରରେ ଏହା ସାଧାରଣ ହୋଇଥିବାବେଳେ ଅନେକଙ୍କ କ୍ଷେତ୍ରରେ ଏହା ଘା’ରେ ପରିଣତ ହୋଇଥାଏ । ଘିମିରି ହେଲେ ଅଧିକ କୁଣ୍ଡେଇ ହୋଇଥାଏ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଏହା ଇପଫେକ୍ସନ୍ ହେବାର ଆଶଙ୍କା ଦେଖାଦେଇଥାଏ । ତେଣୁ ଘିମିରି ସମ୍ୟାରୁ ରକ୍ଷା ପାଇବା ପାଇଁ ଏକ ଘରୋଇ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଘିମିରି କମ୍ ହୋଇଥାଏ । ଘିମିରିରୁ ରକ୍ଷା ପାଇବା ପାଇଁ କଞ୍ଚା ଆଳୁ ସବୁଠାରୁ ଭଲ ବିକଳ୍ପ । କଞ୍ଚାଆଳୁର ରସ ବାହାର କରି ସେଥିରେ ଗୋଲାପ ଜଳ ମିଶାନ୍ତୁ । ଏହାକୁ ଘିମିରି ସ୍ଥାନରେ ଲଗାଇ ପ୍ରାୟ ଅଧଘଣ୍ଟା ଛାଡ଼ିଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ସପ୍ତାହରେ ୩ଥର ଏଭଳି କରିବା ଦ୍ୱାରା ଧୀରେ ଧୀରେ ଘିମିରି ଦୂର ହୋଇଥାଏ ।

Leave a Reply

Your email address will not be published.