ହିମୋଗ୍ଲୋବିନ୍ ସମସ୍ୟା ପାଇଁ ମହୌଷଧି ଡାଳିମ୍ବ

ଆମ ଶରୀର ପାଇଁ ହିମୋଗ୍ଲୋବିନ୍ ଅତ୍ୟନ୍ତ ଆବଶ୍ୟକ । ରକ୍ତରେ ହିମୋଗ୍ଲୋବିନ୍ର ସ୍ତର କମିଗଲେ ନାନା ପ୍ରକାର ରୋଗ ଦେଖାଯାଏ । ରକ୍ତହୀନତା ଏହାର ଏକ ପ୍ରମୁଖ ରୋଗ । ଶିଶୁମାନଙ୍କ କ୍ଷେତ୍ରରେ ହିମୋଗ୍ଲୋବିନର ଅଭାବ ଅଧିକ ମାତ୍ରାରେ ଦେଖାଯାଏ । ଏହି ସମସ୍ୟାର ସମାଧାନ ପାଇଁ ଆପଣ ସବୁଦିନେ ଡାଳିମ୍ବ ରସ ପିଅନ୍ତୁ । ଶୀତଦିନେ ଡାଳିମ୍ବ ଅଧିକ ପରିମାଣରେ ମିଳିଥାଏ । ଏହା ହିମୋଗ୍ଲୋବିନ୍ ଅଭାବ ସମସ୍ୟା ଦୂର କରିବା କ୍ଷେତ୍ରରେ ଏକ ମହୌଷଧି ବୋଲି ଆର‌୍ୟୁବେଦରେ ଉଲ୍ଲେଖ ଅଛି ।

ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର ଡାଳିମ୍ବକୁ ଆପଣ ଖାଲିପେଟରେ ସକାଳୁ ଖାଇପାରିବେ । କିମ୍ବା କୌଣସି ସାଲାଡ୍ରେ ଏହାର ମଞ୍ଜିକୁ ବ୍ୟବହାର କରିପାରିବେ । ୧-୨ବର୍ଷର ଶିଶୁମାନଙ୍କୁ ଡାଲିମ୍ବର ରସ ବାହାର କରି ୧ ଚାମଚ ଦିଅନ୍ତୁ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ୧୧ରୁ ୧୨ ବର୍ଷର ଶିଶୁଙ୍କୁ ପ୍ରତିଦିନ ଡାଳିମ୍ବ ଜୁସ୍ କରି ଦିଅନ୍ତୁ । ଏହାଦ୍ୱାରା ବିଭିନ୍ନ ଛୋଟମୋଟ ରୋଗରୁ ମୁକ୍ତି ମିଳିବା ସହିତ ତ୍ୱଚାରେ ଚମକ ଆସିଥାଏ ।

Leave a Reply

Your email address will not be published.