ଏଇଠି ବହୁପତ୍ନିକ ହେବା ସମ୍ମାନ ଆଣେ

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲ୍ଲା ଅନ୍ତର୍ଗତ ଫତେପୁର ଗାଁ। ଏଠାରେ ପ୍ରାୟ ସବୁ ହିନ୍ଦୁ ପରିବାର। କିନ୍ତୁ ବିହାିତ ପୁରୁଷଙ୍କ କ୍ଷେତ୍ରରେ ବହୁପତ୍ନୀ ଗ୍ରହଣ କରିବାର ପରମ୍ପରା ଯଥେଷ୍ଟ ପୁରୁଣା। ଯଦିଓ ନୂଆ ପିଢ଼ି ଏହାକୁ କେବେ କେବେ ମନା କରୁଛି କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା ଚାଲିଛି ଛୁପିଛୁପି।

ପରିସ୍ଥିତ ଏପରି ଯେ ବହୁ ପତ୍ନୀ କଥା କହିଲେ ଏଠାରେ ଗାଁ ଲୋକ ବି ଧୀରେ କଥା ହୁଅନ୍ତି, କଳେ ଚାରି କାନ୍ଥରୁ କଥା ଦୂରକୁ ଚାଲିଯିବ।

ବହୁପତ୍ନୀ ହେବାର କାରଣ ହେଉଛି, ଏଇ ଗାଁଟି ପାଖଆଖର ଅନ୍ୟ ଗାଁଠୁ ଦେଖିବାକୁ ସୁନ୍ଦର ଏବଂ ଅର୍ଥନୀତିକ ଦୃଷ୍ଟିରୁ ସ୍ଥିର। କାରଣ ହେଉଛି ଗାଁର ଅଧିକାଂଶ ଲୋକ ସରକାରୀ ଚାକିରିଆ। ଏଣୁ ଯେଉଁମାନଙ୍କ ପାଖଷର ଏକାଧିକ ପତ୍ନୀ ପୋଷିବାର କ୍ଷମତା ଅଛି ସେମାନେ ଦୁଇ ବା ଦୁଇରୁ ଅଧିକ ଝିଅଙ୍କୁ ପତ୍ନୀ ଭାବେ ଗ୍ରହଣ କରନ୍ତି। ପ୍ରଥମ ପତ୍ନୀ ବି ଏହାକୁ ବିରୋଧ କରନ୍ତି ନି। ବରଂ ଏହା ଏକ ସମ୍ମାନ ଭାବେ ଗାଁରେ ଗଣାଯାଉଛି ।

ଅନେକ ସମୟରେ ଗରିବ ଘରର ଝିଅଙ୍କୁ ଏମାନେ ବାହା ହୋଇଥାଆନ୍ତି। କିଛି ବର୍ଷ ପୂର୍ବରୁ ଏହା ଜବରଦସ୍ତ ହେଉଥିଲା ଏବେ ତାହା ଆଉ ନାହିଁ।

ଦ୍ଵିତୀୟରେ ଯେଉଁ ପୁରୁଷ ଗାଁ ବାହାରେ ଚାକିରି କରୁଥିଲା ସେ ଗାଁରେ ଗୋଟିଏ ପତ୍ନୀ ଆଉ ଗାଁ ବାହାରେ ଆଉ ଗୋଟିଏ ପତ୍ନୀ ରଖୁଥିଲେ। ପୁଣି ଯେଉଁଠାରେ ଘର ଭିତରେ ଦୁଇ ପତ୍ନୀ ରହୁଥିଲେ ସେମାନେ ଆପୋଷ ବୁଝାମଣା ବି ଭଲ ରହୁଥିବା ନେଇ ଗାଁ ଲୋକେ ପ୍ରକାଶ କରନ୍ତି।

ସରକାରୀ ଚାକିରି କରୁଥିବା ଲୋକେ ଏହା ପରସ୍ପରର ସହମତିରେ ପାଳନ କରନ୍ତି। ଯେଉଁ ସମ୍ପତ୍ତି ଅର୍ଜନ କରନ୍ତି ତାହାକୁ ଗାଁ ପଞ୍ଚାୟତ ଆଦେଶରେ ସମ ପରିମାଣରେ ଭାଗ ବାଣ୍ଟନ୍ତି।

ଏବେ ସରକାରୀ ଚାକିରି ଚାଲିଯିବା ଭୟରେ କିଛି ଯୁବକ ବହୁପତ୍ନିକ ହେବାକୁ ଡରୁଛନ୍ତି।

Leave a Reply

Your email address will not be published.