କଂଗ୍ରେସ କଥା ସରକାର ଶୁଣୁ ନାହାନ୍ତି, ଏହା ରାଜନୀତି ବୋଲି କହିଲେ ମନ୍ତ୍ରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟରେ କାଟୁ କରୁନି କଂଗ୍ରେସ ମନ୍ତ୍ର। କରୋନା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଅନ୍ୟ ଦୁଇଦଳ ଯେମିତି ହାତ ମିଳାଇଛନ୍ତି ସେଥିରେ କଂଗ୍ରେସ ଛଟପଟ ହେଉଛି। ଏପରିକି କଂଗ୍ରେସ ପଇସା ଧରି ବୁଲିଲେ ମଧ୍ୟ ସହାୟତା କରିବାକୁ ସରକାର ଅନୁମତି ଦେଉ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।

କିଛିଦିନ ତଳେ  କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦେଶରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ଉଲ୍ଲେଖ କରି ସରକାରଙ୍କ ଉପରେ ବର୍ଷିଥିଲେ। ସେମାନଙ୍କ ଫେରିବା ଲାଗି ସରକାର ତାଙ୍କଠୁ ଟିକେଟ୍‌ ଖର୍ଚ ଆଦାୟ କରୁଛନ୍ତି ବୋଲି ଅଭିଯୋଗ କରିଥିଳେ। ଯଦି ରେଳବାଇ ବାଖରେ ଅର୍ଥ ନାହିଁ ତେବେ କଂଗ୍ରେସ ଦଳ ଏହି ଅର୍ଥ ବହନ କରିବାକୁ ପ୍ରସ୍ତୁତ ବୋଲି କହି ସବୁ ରାଜ୍ୟ ଅଧ୍ୟକ୍ଷମାନଙ୍କୁ ଏ ଦିଗରେ କାର୍ଯ୍ୟ କରିବା ଲାଗି ଆହ୍ବାନ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ସରକାରଙ୍କୁ ଶ୍ରମିକଙ୍କ ଟିକେଟ୍‌ ଅର୍ଥ ପଚାରି ଥିଲେ। ଏହି ଅର୍ଥ ପରିମାଣ କଂଗ୍ରେସ ଦେବାକୁ ଚାହୁଁଛି ବୋଲି କହିଥିଲେ। କିନ୍ତୁ ଯେତେବେଳେ ରାଜ୍ୟ ଓ କେନ୍ଦ୍ର ସରକାର ଏହି ଅର୍ଥକୁ ଭରଣା କରୁଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା ସେତେବେଳେ ତାଙ୍କ ବୟାନ ପାଣିଚିଆ ହୋଇଥିଲା।

ଆଜି ପୁଣିଥରେ ପିସିସି ସଭାପତି ରାଜ୍ୟ ସରକାରଙ୍କୁ ଶ୍ରମିକଙ୍କ ଆସିବା ଅର୍ଥ ଦେବା ପାଇଁ ଆଗ୍ରହ ପ୍ରକାଶ କରିଛି। ଗଣମାଧ୍ୟମକୁ ଏନେଇ ନିରଞ୍ଜନ ଅବଗତ କରିଛନ୍ତି।

ଆମେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକଙ୍କ ଫୋନ୍‌ ପାଉଛୁ।  ହେଲେ ଆମେ କ’ଣ କରିବୁ? ଆମେ ସରକାରଙ୍କୁ ଅନୁରୋଧ କରୁଛୁ କେଉଁମାନଙ୍କୁ ଆପଣ ଆଣିବେ ବା  ନଆଣିବେ ସେ ନେଇ ନିଷ୍ପତ୍ତି କରନ୍ତୁ। କେତେ ପଇସା ରେଳ ଟିକେଟ୍‌ ପାଇଁ ଦରକାର ପଡ଼ିବ  ଆମକୁ କହନ୍ତୁ ଆମେ ତୁରନ୍ତ ସେହି ପଇସା ଆପଣଙ୍କ ପାଖରେ ପହଞ୍ଚାଇବୁ।

– ନିରଞ୍ଜନ ପଟ୍ଟନାୟକ, ପିସିସି ଅଧ୍ୟକ୍ଷ

ନିରଞ୍ଜନ ଗଣମାଧ୍ୟମରେ ନିଜର ଅସହାୟତାକୁ ପ୍ରକାଶ କରି କହିଛନ୍ତି ଯେ,  ଅନ୍ୟାନ୍ୟ ରାଜ୍ୟରେ ବି ସମ୍ପୃକ୍ତ ପ୍ରଦେଶ କଂଗ୍ରେସ କମିଟିମାନଙ୍କ ପକ୍ଷରୁ ସମାନ ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି। ସେଠାରେ ଏନେଇ  ଶାସନ କଳ  ଦଳ ସହ ଆଲୋଚନା କରୁଛନ୍ତି କିନ୍ତୁ ଆମ ରାଜ୍ୟରେ ଶାସନ କଳ ସମ୍ପୂଣ୍ଣ ନୀରବ। ଆଲୋଚନା ପାଇଁ ସୁଯୋଗ ବି ଦେଉ ନାହାନ୍ତି।

ଅନ୍ୟପକ୍ଷରେ ନିରଞ୍ଜନଙ୍କ ଏହି ରାଜନୀତିକ ତୀରକୁ ଆଉଥରେ ପାଣିଚିଆ କରିବାକୁ ଉଭୟ ବିଜେପି ଓ ବିଜେଡି ଗୋଟିଏ କଥା କହିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ର ଓ କେନ୍ଦ୍ର ସରକାର ଉଚିତ ନିଷ୍ପତ୍ତି ନେଉଛନ୍ତି। ଏଣୁ ତାଙ୍କୁ ବେଶୀ ଚିନ୍ତିତ ହେବା ଆବଶ୍ୟକ ନୁହେଁ ବୋଲି ଏହି ଦୁଇଦଳ ପକ୍ଷରୁ କୁହାଯାଇଛି।

 ଯେଉଁ ପ୍ରକ୍ରିୟାରେ ଶ୍ରମିକ ଆସୁଛନ୍ତି ତାହା ଜାରି ରହିବ।  ଶ୍ରମିକଙ୍କୁ ନେଇ ସରକାର ରାଜନୀତି କରୁ ନାହାନ୍ତି।   ଯେଉଁମାନେ ଅଭିାଯୋଗ କରୁଛନ୍ତି ସେମାନେ ରାଜନୀତି କରୁଛନ୍ତି। ବର୍ତ୍ତମାନ ସମୟରେ ରାଜନୀତି ପାଇଁ ସରକାର କୌଣସି କାମ କରୁ ନାହାନ୍ତି, ବରଂ ଯାହା କରୁଛନ୍ତି ଲୋକଙ୍କ ଭଲ ପାଇଁ ଚେଷ୍ଟା କରୁଛନ୍ତି।

-ପଦ୍ମନାଭ ବେହେରା, ପରିବହନ ମନ୍ତ୍ରୀ

ବିଜେପି ବି ଏ ପ୍ରସଙ୍ଗରେ କଂଗ୍ରେସକୁ ପୂରାଇ ଦେବାକୁ ଚାହୁଁନାହିଁ। କଂଗ୍ରେସ ଏବେ ଶସ୍ତା ରାଜନୀତି କରୁଛି ବୋଲି କହିଛନ୍ତି ମୁଖପାତ୍ର ଗୋଲକ ମହାପାତ୍ର।

କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଯେଉଁମାନେ କହୁଛନ୍ତି ଟଙ୍କା ଦେବେ  ସେମାନେ କେତେ ଟଙ୍କା ଦେଇଛନ୍ତି  ପ୍ରଥମେ କହନ୍ତୁ। ଏପରି ନ କହି ଶାସ୍ତା ରାଜନୀତି ନ କରନ୍ତୁ। ସମସ୍ତେ ଏକଜୁଟ ହୋଇ କାମ କରିବାର ଏହା ସମୟ। ଏଣୁ ଟେନ୍‌ର ବ୍ୟବସ୍ଥା ଚାଲିଛି। କଂଗ୍ରେସର ରାଜନୀତିକ ହୀନ ଏହା ନିନ୍ଦନୀୟ।

– ଗୋଲକ ମହାପାତ୍ର, ମୁଖପାତ୍ର ବିଜେପି

Leave a Reply

Your email address will not be published.