ଲୋକଙ୍କ ରୋଷ ଆଗରେ ନରମିଲା ପୁଲିସ: ଗାଡ଼ି ଯାଞ୍ଚରୁ ବାଦ୍‌ ପଡ଼ିବ ମୋଟା ଜୋରିମାନା

0
311
advertisement

ଭୁବନେଶ୍ଵର, (ଓଟି):  ନୂଆ ଟ୍ରାଫିକ୍‌ ନିୟମକୁ କାର୍ଯ୍ୟକାରୀ କରିବା ଲାଗି ଆଗଭର ହୋଇଥିବା ଟ୍ବିନ୍‌ସିଟି ପିଲିସ୍‌ କମିଶନରେଟ୍‌କୁ ଶକ୍ତ ଧକ୍କା ଲାଗିଛି। ରାଜମହଲ ଛକରେ ପୁଲିସ-ଜନତା ଖଣ୍ଡ ଯୁଦ୍ଧ ପରେ ପୁଲିସ ପଛଘୁଞ୍ଚା ଦେଇ ଏଣିକି ଯାଞ୍ଚ ବ୍ୟବସ୍ଥାରେ କୋହଳ ଘୋଷଣା କରିଛି। ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଲୋକଙ୍କୁ ଆତଙ୍କିତ ହେବାର ନାହିଁ। ଏଣିକି ପର୍ଯ୍ୟାପ୍ତ ସମୟ ଦିଆଯିବ। ଯେଉଁମାନେ କାଗଜପତ୍ର ପାଇଁ ଆବେଦନ କରିଛନ୍ତି ସେମାନଙ୍କ ମାମଲାକୁ ମଧ୍ୟ ବିଚାର କରାଯିବ। ଜନତା-ପୁଲିସ ମିଳିମିଶି ଆଇନକୁ କାର୍ଯ୍ୟକାରୀ କରିବେ।

ଶ୍ରୀ ଷଡ଼ଙ୍ଗୀ ଟେଲିଭିଜନ୍‌ରେ ନିଜର ବୟାନ ରଖି କହିଛନ୍ତି, ଜନତା ଚାହିଁଲେ ପୁଲିସଗାଡ଼ି ସମ୍ପର୍କରେ ସମସ୍ତ ବିବରଣୀ ପାଇପାରିବେ। ଏଥିଲାଗି ପୁଲିସ ବିଭାଗ ପକ୍ଷରୁ ଇଣ୍ଟରନେଟ୍‌ରେ ସମସ୍ତ ବିବରଣୀ ଉପଲବ୍ଧ ହେବ। 

ଏଣିକି ୫ଟି ଜିନିଷ ଯାଞ୍ଚ ଉପରେ ପୁଲିସ ଧ୍ୟାନ ଦେବ। ସେଗୁଡ଼ିକ ହେଲା: (୧) ଗୋଟିଏ ବାଇକ୍‌ରେ ୩ଜଣ ବା ଅଧିକ ଲୋକଙ୍କ ଯାତ୍ରା (୨) ହେଲମେଟ୍‌ ନପିନ୍ଧି ଯାତ୍ରା, (୩) ମଦ ପିଇ ଗାଡ଼ି ଚାଳନା (୪) ମୋବାଇଲ୍‌ରେ ଗପି ଗପି ଗାଡ଼ି ଚାଳନା ଏବଂ (୫) ବିପରୀତ ଦିଗରେ ଗାଡ଼ି ଚାଳଣା। 

ଏହି ପାଞ୍ଚଟି ବର୍ଗରେ ମୁଖ୍ୟତଃ ବାଇକ୍‌ ଚାଳନାକୁ ନିୟନ୍ତ୍ରଣ କରିବାକୁ ଚାହିଁଛନ୍ତି ପୁଲିସ କମିଶନର। ତାଙ୍କ ଘୋଷଣାରେ ସିଟ୍‌ ବେଲ୍ଟ ଏବଂ ଇନ୍‌ସ୍ୟୁରାନ୍ସ ଓ ପ୍ରଦୂଷଣ କାଗଜପତ୍ରକୁ ଧ୍ୟାନରେ ରଖାଯାଇ ନାହିଁ। ଏପରିକି ସର୍ବାଧିକ ଜୋରିମାନା ୧୦୦୦ ଟଙ୍କାରେ ସୀମିତ ରହିବ ବୋଲି ସେ କହିଛନ୍ତି। 

କାହିଁକି ହେଲା ଏ ପରିବର୍ତ୍ତନ 

ଏଭଳି କୋହଳ ଆଚରଣ ପୁଲିସର ନିଜସ୍ଵ ନୁହେଁ। ଯେତେବେଳେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠା ବିରୋଧରେ ସାରା ଜନତା ତାତିଲେ ସେତେବେଳେ ସେମାନେ ଉତ୍ୟକ୍ତ ହୋଇ ଆଜି ରାଜମହଲରେ ସରକାରୀ ଗାଡ଼ିଗୁଡ଼ିକ ସମ୍ବନ୍ଧରେ ତଥ୍ୟ ମାଗିଥିଲେ। ଜନତାଙ୍କ ଏହି ସଚେତନତାକୁ ଲକ୍ଷ୍ୟକରି ଅନ୍ୟମାନେ ସହଯୋଗ କରିଥିଲେ। ଏତିକି ବେଳେ ସିଟିତବସ୍‌ ଓଭର ଲୋଡିଂରେ ଯାଉଥିବା ଲୋକେ ପୁଲିସକୁ କହିଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା। ବିଏମ୍‌ସିର ଅଳିଆ ବୁହା ଗାଡ଼ିର ଡଆଇଭରଙ୍କ ପାଖରେ ଲାଇାସେନ୍ସ ଅଛି କି ନା ତାହା ପଚାରିବାକୁ ଡ୍ରାଇଭର ଗାଡ଼ି ରଖିଦେଇ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ। ଆଉ ଶେଷରେ ପୁଲିସର ପିସିଆର୍‌ ଗାଡ଼ିର ଡ୍ରାଇଭର ମଦ୍ୟପାନ ଅବସ୍ଥାରେ ମିଳିଥିବା ଜନତା ଅଭିଯୋଗ କରିଥିଲେ। ପରେ ଧିରେ ଧିରେ ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ତାହା ଉତ୍ତେଜନାରେ ପରିଣତ ହେଲା। ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଲା। 

ଏହି ଘଟଣାକୁ ଦେଖି ଖେଶଦ୍‌ ପୁଲିସ କମିଶନର ଘଟଣାସ୍ଥଳକୁ ଆସି ଗଣମାଧ୍ୟମ ଆଗରେ ନୀତି କୋହଳ କରାଯାଇଥିବା କହିଥିଲେ। ସେ କହିଛନ୍ତି ମାସେ ଦୁଇମାସ ସମୟ ଭିତରେ ସମସ୍ତ ଜିନିଷ ଠିକ୍‌ ହୋଇଯିବ। ଆମେ ଲୋକଙ୍କ ସୁରକ୍ଷରା ପାଇଁ ନୀତିକୁ କାର୍ଯ୍ୟକାରୀ କରୁଥିବା ସେ କହିଛନ୍ତି।