ଆଗରେ ତାଲା ପଛରେ ପାଲା, ରେନ ଦି ବାରରେ ପୋଲିସର ଛାପା

ଭୁବନେଶ୍ୱର,( ଓଡିଶା ଟାଇମ୍) :  ଭୁବନେଶ୍ୱର-କଟକ ରୋଡରେ ଥିବା ରେନ ଦି ବାରରେ କମିଶନରେଟ ପୋଲିସର ଚଢାଉ । କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ ପକ୍ଷରୁ ଉକ୍ତ ବାରରେ ଚଢାଉ କରାଯାଇଥିବା ଜଣାପଡିଛି । ପୋଲିସ ଚଢାଉ ସମୟରେ ବିପୂଳ ପରିମାଣର ମଦ ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି ।

ସୂଚନାମୁତାବକ, ରେନ ଦି ବାରରେ ୫ରୁ ୬ଗୁଣା ଅଧିକ ଦରରେ ମଦ ବିକ୍ରି ଚାଲିଥିବା ବେଳେ କମିଶନରେଟ୍ ପୋଲିସର କୁଇକ ଆକ୍ସନ ଟିମ୍ ଚଢାଉ କରିଥିଲା । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ମଦ ଜବତ କରିଛି ପୋଲିସ । ରାଜ୍ୟରେ ଲକ୍ ଡାଉନ୍ ଯୋଗୁଁ ମଦ ଦୋକାନଗୁଡିକ ବନ୍ଦ ରହିଛି । ତେବେ କେବେ ମଦ ଦୋକାନ ଖୋଲିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏହି ସମୟରେ ରାଜଧାନୀରେ ଏଭଳି ଘଟଣା ନଜରକୁ ଆସିଛି ।

କମିଶନରେଟ ପୋଲିସ କୌଣସି ସୂତ୍ରରୁ ଖବର ପାଇ ବାର ଉପରେ ଚଢାଉ କରିଥିଲା । ତେବେ ବାରର ମୁଖ୍ୟ ଦ୍ୱାରରେ ତାଲା ପଡିଥବା ବେଳେ ବାରର ପଛ ପଟେ ଚାଲିଥିଲା ଏହି ଚୋରା କାରବାର । ଲକ୍ ଡାଉନ୍ ବେଳେ ବାର ମାଲିକ ଏଭଳି କାରବାର ଚଳାଇଥିଲେ । ଯାହାର ସୂଚନା ପାଇଥିଲା କମିଶନରେଟ୍ ପୋଲିସ । ଚଢାଉ ବେଳେ ପେଟି ପେଟି ମଦ ଜବତ କରିଛି ପୋଲିସ । ଘଟଣାସ୍ଥଳରୁ ୩ ବାର କର୍ମଚାରୀଙ୍କୁ ପୋଲିସ ଅଟକ ରଖି ଘଟଣାର ଖୋଳତାଢ କରୁଛି ।

Leave a Reply

Your email address will not be published.