ପୁଲିସ-ମାଓବାଦୀ ମୁହାଁମୁହିଁ ; ଗୁଳିବିନିମୟ ଜାରି

ମାଲାକନଗିରି, (ଓଡିଶା ଟାଇମ୍) : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୁଣି ପୁଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ରବିବାର ଜଣାପଡ଼ିଛି। ସ୍ୱାଭିମାନ ଅଞ୍ଚଳର ପଣସପୁଟ ଅଞ୍ଚଳରେ ଗୁଳିବିନିମୟ ଚାଲୁ ରହିଛି।

ଓଡିଶା ଡିଭିଏଫ, ଏସଓଜି, ଆନ୍ଧ୍ର ଗ୍ରେ ହାଉଣ୍ଡ ପକ୍ଷରୁ ଅପରେସନ ଜାରି ରହିଛି । ତେବେ ଏହି ଅପରେସନରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରୁ ବନ୍ଧୁକ ଓ ମାରଣାସ୍ତ୍ର ଜବତ ହୋଇଛି ।

ଗତ ୧୬ ଜୁଲାଇ ରେ ମଧ୍ୟ ସ୍ୱାଭିମାନ ଅଞ୍ଚଳରେ ଗୁଳିବିନିମୟ ହୋଇଥିବା ବେଳେ ପୁଲିସ ଦ୍ୱାରା ବ୍ୟପକ ମାଓ ସାମଗ୍ରୀ ଜବତ ହୋଇଥିଲା । ସେହି ଗୁଳିବିନିମୟ ସମୟରେ ମାଓ ନେତା ଆର କେ ଓ ଆନ୍ଧୁରୁ ଖସି ପଳାଇଥିଲେ ତେବେ ବର୍ତ୍ତମାନ ପୁଣି ପୁଲିସର ସର୍ଚ୍ଚ ଅପରେସନ ସହ  ଏହି ଗୁଳିବିନିମୟ ଜାରି ରହିଛି ବୋଲି ସୂଚନା ମିଳିଛି।

Leave a Reply

Your email address will not be published.