କୋରାପୁଟ ଓ ମାଲକାନଗିରି ଗସ୍ତରେ ପୋଲିସ ଡିଜି ଅଭୟ

ଭୁବନେଶ୍ବର , (ଓଡିଶା ଟାଇମ୍) : ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ମାଓ ଦମନ ନେଇ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ଏ ଅବସରରେ ସେ ଜିଲ୍ଲାର ପୁଲିସ କୋରନା ଯୋଦ୍ଧାମାନଙ୍କ ସହ ମତ ବିନିମୟ କରି ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ପରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ଜିଲ୍ଲାରେ ମାଓ ସ୍ଥିତି ଓ ମାଓ ଦମନ ନେଇ ଆଲୋଚନା କରିଛନ୍ତି।

କୋରାପୁଟ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ପୋଲିସ ଜାର୍ଯ୍ୟାଳୟରେ ଏକ ବୈଠକରେ ଯୋଗଦେଇଥିଲେ , ଏବଂ ବିଭିନ୍ନ ସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ । କୋରାପୁଟ ଏସପିଙ୍କ କାର୍ଯ୍ୟାଲୟରେ ହୋଇଥିବା ରୁଦ୍ଧ ଦ୍ୱାର ବୈଠକରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ , ଆଇଜି ଅପରେସନ , ଏସଓଜି କମାଣ୍ଡେଣ୍ଟଙ୍କ ସମେତ ଓଏସଏପି ଏବଂ ଆଇଆରବି କୋବ୍ରା ବାଟାଲିୟନର କମାଣ୍ଡେଣ୍ଟମାନେ ଉପସ୍ଥିତ ରହିଥିଲେ ।

କୋରାପୁଟ ଜିଲ୍ଲାର ଅଧିକାଂଶ ପୋଲିସ ଅଧିକାରୀ ଏବେ କରୋନାରେ ଆକ୍ରାନ୍ତ ହୋଇ କ୍ୱାରେଣ୍ଟାଇନରେ ରହିଛନ୍ତି । ସେପଟେ ସୁସ୍ଥ ହୋଇ କିଛି ଅଧିକାରୀ ଫେରିଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ସହ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି । ସେହିପରି ଜିଲ୍ଲାରେ ମାଓ ସ୍ଥିତି, ଆଇନ ଶୃଙ୍ଖଳା , ଗଂଜେଇ ଚାଷ ଓ  ଚୋରାଚାଲାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି ଡିଜିପି ।

Leave a Reply

Your email address will not be published.