ଅପରାଜିତାଙ୍କ ପଲା ଭାରି କରିବାକୁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

2
17
advt
< a href= "#">

ଭୁବନେଶ୍ଵର, (ଓଟି): ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଖୋର୍ଦ୍ଧାରେ ଆୟୋଜିତ ଏକ ରାଜନୀତକି ସମାବେଶରେ ସେ ଓଡ଼ିଶାବାସୀଙ୍କୁ ଉଦ୍‌ବୋଧନ ଦେବେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଓଡ଼ିଶା ପ୍ରଭାରୀ ଅରୁଣ ସିଂହ। ନିଶ୍ଚିନ୍ତ କୋଇଲିଠାରେ ଆୟୋଜିତ ଏକ ପଦଯାତ୍ରା ସମାବେଶରେ ଯୋଗ ଦେଇ ଶ୍ରୀ ସିଂହ ଏହା କହିଛନ୍ତି।

advt

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ରାଜନୀତିକ ଦୃଶ୍ୟପଟ୍ଟରେ ଏକ ଗୁରୁତ୍ଵପୂଣ୍ଣ ଦିଗ ବହନ କରୁଛି। ନବୀନ ସରକାରଙ୍କ ବିରୋଧରେ ଏକ ରାଜନୀତିକ ବାତାବରଣ ସୃଷ୍ଟି ପାଇଁ ତାଙ୍କ ଗସ୍ତ ଉଦ୍ଦିଷ୍ଟ ବୋଲି ଗଣମାଧ୍ୟମରେ ଆଲୋଚନା ହେଉଛି। ପୁଣି ଖୋର୍ଦ୍ଧାକୁ ଏହି ରାଜନୀତିକ ବାତାବରଣ ସୃଷ୍ଟିର ମଇଦାନ ଭାବେ ବଛାଯାଇଥିବାରୁ ଏହା ସିଧାସଳଖ ନୂଆକରି ଦଳରେ ଯୋଗ ଦେଇଥିବା ପୂର୍ବତନ ଆଇଏଏସ୍‌ ଅପରାଜିତାଙ୍କୁ ପ୍ରୋତ୍ସାହନ ବୋଲି ସୂଚନା ମିଳିଛି। 

ଅପରାଜିତା ଆଇଏଏସ୍‌ ଚାକିରି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନୀତିରେ ଉତ୍ସାହିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ଗଣମାଧ୍ୟମରେ ପ୍ରସାର କରିଛନ୍ତି। ତାଙ୍କ ଯୋଗଦାନରେ ରାଜ୍ୟ ଶାଖାର କୌଣସି ଭୂମିକା ପନାହିଁ। ଏପରିକି ସେ ଯେଉଁ ଦଳୀୟ କାର୍ଯ୍ୟକ୍ରମ ସବୁ ଆୟୋଜନ କରୁଛନ୍ତି ତାହାର ସଂଯୋଜନା ବିଜେପି ରାଜ୍ୟ କାର୍ଯ୍ୟାଳୟ ନୁହେଁ, ବରଂ ନିଜସ୍ଵ କାର୍ଯ୍ୟାଳୟ ଦ୍ଵାରା ସମ୍ପନ୍ନ ହେଉଛି। ପୁଣି ଭୁବନେଶ୍ଵର ଲୋକସଭା ଆସନ ପାଇଁ ସେ ପରୋକ୍ଷ ଭାବେ ନିଜର ପ୍ରଚାର ଆରମ୍ଭ କରିଛନ୍ତି। ଏହିକ୍ରମରେ ଦଳୀୟ କର୍ମୀଙ୍କ ପାଖଷର ତାଙ୍କୁ ପରିଚିତ କରାଇବା ଏବଂ ତାଙ୍କୁ ଦଳରେ ଗ୍ରହଣ କରିବାର ଅସଲ ଉଦ୍ଦେଶ୍ୟକୁ ସ୍ପଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଦ୍ଦିଷ୍ଟ ବୋଲି ଆଲୋଚନା ହେଉଛି। 

advt
< a href= "#">