ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ଲୋଙ୍ଗେବାଲା ପୋଷ୍ଟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ମୋଦି ଆଜି ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ଜୈସଲମେରରେ ପହଞ୍ଚିଛନ୍ତି। କିଛି ସମୟରେ ମୋଦି ଲୋଙ୍ଗେବାଲା ପୋଷ୍ଟରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦି ଲୋଙ୍ଗେବାଲା ପୋଷ୍ଟରେ ୧୯୭୧ ମସିହାରେ ଯୁଦ୍ଧରେ ତିଆରି ହୋଇଥିବା ୱାର ମେମୋରିଆଲକୁ ମଧ୍ୟ ଯିବେ।

ମୋଦି କହିଛନ୍ତି, ‘ମୁଁ ଆଜି ଆପଣମାନଙ୍କ ପାଖକୁ ପ୍ରତ୍ୟେକ ଭାରତବାସୀଙ୍କ ଶୁଭକାମନା ନେଇ ଆସିଛି, ଆପଣମାନଙ୍କ ପାଇଁ ଦେଶବାସୀଙ୍କ ସ୍ନେହ ଓ ପ୍ରେମ ନେଇ ଆସିଛି। ମୁଁ ଆଜି ସେହି ବୀର ମା, ଭଉଣୀ ଓ ଶିଶୁଙ୍କୁ ମଧ୍ୟ ଦୀପାବଳିର ଶୁଭକାମନା ଦେଉଛି, ସେମାନଙ୍କ ତ୍ୟାଗକୁ ପ୍ରଣାମ ଜଣାଉଛି, ଯେଉଁମାନଙ୍କ ପୁଅ, ଭାଇ, ବାପା ସୀମାରେ ଅଛନ୍ତି। ଆପଣମାନେ ବରଫାବୃତ୍ତ ପାହାଡିଆ ଅଞ୍ଚଳରେ ରୁହନ୍ତୁ କି ମରୁଭୂମିରେ, ମୋ ଦୀପାବଳି ଆପଣମାନଙ୍କ ପାଖକୁ ଆସି ହିଁ ପୁରା ହୋଇଥାଏ। ଆପଣଙ୍କ ମୁହଁର ତେଜ ଦେଖିଲେ ଖୁସି ଦେଖିଲେ ମୋ ଖୁସି ଦୁଇଗୁଣ ହୋଇଯାଏ।’

Leave a Reply

Your email address will not be published.