ଲେହରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସିଡିଏସଙ୍କ ସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି

ଲେହ, (ଓଡିଶା ଟାଇମ୍) : ସୀମାରେ ଉତ୍ତେଜନା ଭିତରେ ଲେହରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଲେହରେ ପହଞ୍ଚିଛନ୍ତି ସିଡ଼ିଏସ ଜେନେରାଲ ବିପିନ ରାୱତ । ଲେହର ନିମୁରେ ଆଇଟିବିପି ଯବାନଙ୍କୁ ମୋଦି ଭେଟିଛନ୍ତି । ସ୍ଥଳସେନା, ବାୟୁସେନାର ଯବାନଙ୍କୁ ମଧ୍ୟ ସେ ଭେଟିିଥିବା ନେଇ ସୂଚନା ମିଳିଛି ।

ବରିଷ୍ଠ ଅଧିକାରୀଙ୍କ ଠାରୁ ବର୍ତ୍ତମାନର ସ୍ଥିତି ମଧ୍ୟ ସେ ବୁଝିଛନ୍ତି । ଏଥିସହିତ ଗଲୱାନା ଘାଟିରେ ସଙ୍ଘର୍ଷରେ ଆହତ ହୋଇଥିବା ଯବାନମାନଙ୍କ ସହ ପ୍ରଧାନମନ୍ତ୍ରୀ ଭେଟିପାରନ୍ତି ବୋଲି ସୂଚନା ରହିଛି ।

ସିଡିଏସ ବିପିନ ରାୱତ ଶୁକ୍ରବାର ଲେହ ଗସ୍ତ କରିବାର ଥିଲା। ପ୍ରଧାନମନ୍ତ୍ରୀ ଗସ୍ତ କରିବାର କୌଣସି କାର୍ଯ୍ୟକ୍ରମ ନ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଲେହ ଯିବାକୁ ସ୍ଥିର କରି ଅଚାନକ ଆସି ପହଞ୍ଚିଛନ୍ତି। ଗତ ମେ ମାସରୁ ଚୀନ ସହିତ ସୀମାରେ ଉତ୍ତେଜନା ଲାଗି ରହିଛି। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ଲେହ ଗସ୍ତ ବେଶ୍‌ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି।

 

ଆଜି କେବଳ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲେହ ଯିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଏହା ପୂର୍ବରୁ ଗୁରୁବାର ଗସ୍ତ ସୂଚୀ ପରିବର୍ତ୍ତନ କରାଯାଇ ସିଡିଏସ ଲେହ ଆସିବେ ବୋଲି ସ୍ଥିର ହୋଇଥିଲା। ଶୁକ୍ରବାର ସିଡିଏସ ଲେହରେ ନର୍ଥ କମାଣ୍ଡ ଏବଂ ୧୪ କର୍ପସ ଅଧିକାରୀଙ୍କ ସହିତ ବୈଠକ କରିବାର ରହିଛି। ଚୀନ ସହିତ ଲାଗି ରହିଥିବା ଉତ୍ତେଜନା, ସୀମାନ୍ତର ସ୍ଥିତି ସମ୍ପର୍କରେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ସିଡିଏସ ଅନୁଧ୍ୟାନ କରୁଛନ୍ତି।

Leave a Reply

Your email address will not be published.