ଅଗଷ୍ଟ ୧୯ରେ ପ୍ରକାଶ ପାଇବ +୨ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ବର, (ଓଡିଶା ଟାଇମ୍) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ +୨ ବାଣିଜ୍ୟ ପରୀକ୍ଷାଫଳ ଆସନ୍ତା ଅଗଷ୍ଟ ୧୯ ତାରିଖ ପୂର୍ବାହ୍ନ ୧୧.୩୦ରେ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଦେଇଛନ୍ତି। ସେହିପରି ଅଗଷ୍ଟ ୩୧ ତାରିଖ ପୂର୍ବରୁ ପ୍ରକାଶ ପାଇବ +୨ କଳା ପରୀକ୍ଷାଫଳ କରାଯିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ତେବେ ଏଥର ବାଣିଜ୍ୟରେ ୨୫,୭୮୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୩ରୁ ୧୧୪୩ କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇଥିଲା । କରୋନା କଟକଣାରେ ଜୁନ ୧ରୁ ଖାତାଦେଖା ଆରମ୍ଭ ହୋଇଥିଲା । ଅଗଷ୍ଟ ୩୧ ସୁଦ୍ଧା +୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ ।

Leave a Reply

Your email address will not be published.