ପୁରୀରେ ନୂଆ ଦୃଶ୍ୟ: ସିଂହଦ୍ଵାର ସମ୍ମୁଖରେ ସଂକୀର୍ତ୍ତନ ପାଇଁ ଜାଗା ପାଇଲେ ଶ୍ରଦ୍ଧାଳୁ

ପୁରୀ, (ଓଟି): ପୁରୀ ସଂସ୍କାର ଯୋଜନା ରୂପାୟନ ପରେ ଏକ ନୂଆ ଦୃଶ୍ୟ ସାମତନାକୁ ଆସିଛି। କିଛିଦିନ ପୂର୍ବେ ବିପଦଶଙ୍କୁଳ ବୋଲି ଦର୍ଶାଇ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ସ୍ଥାନରେ ଭକ୍ତଙ୍କ ସମାଗମ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଯେଉଁ ସ୍ଥାନରେ ଦିନେ ଏମାର ମଠର ରଘୁନନ୍ଦନ ଲାଇବ୍ରେରୀ ଥିଲା ସେଠାରେ ଭକ୍ତ ଭଜନ କିର୍ତ୍ତନ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆରାଧନା କରୁଛନ୍ତି। ଏହିଭଳି ଏକ ଦୃଶ୍ୟ ପୂର୍ବରୁ କେବେ ଦେଖିବାକୁ ମିଳୁ ନଥିଲା।

ପୂର୍ବରୁ ପୁରୀ ଆସୁଥିବା ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡରେ ଭଜନ କିର୍ତ୍ତନ କରୁଥିଲେ। କିନ୍ତୁ ଏକା ସାଙ୍ଗରେ ବସିବା ଏବଂ ଶ୍ରୀମନ୍ଦିର ସମ୍ମୁଖରେ ଭଜନ କିର୍ତ୍ତନ କରିବ ପ୍ରଭୁଙ୍କୁ ଆରାଧନା କରିବାର କୌଣସି ଝଲକ ଦେଖିବାକୁ ମିଳୁ ନଥିଲା। ଏହି ଦୃଶ୍ୟ ଏବେ ପୁରୀ ପ୍ରଶାସନକୁ ଉତ୍ସାହିତ କରିଛି। 

କିଛିଦିନ ପୂର୍ବେ ପୁରୀରେ ଥିବା ପୁରୁଣା ଓ ବିପଦ ଶଙ୍କୁଳ କୋଠାକୁ ଭାଙ୍ଗି ନୂଆ ଆକାରରେ ସେଗୁଡ଼ିକୁ ଗଢ଼ି ତୋଲିବା ଉଦ୍ଦେଶ୍ୟରେ ସ୍ଵତନ୍ତ୍ର ଉଦ୍ୟମ ଆରମ୍ଭ ହୋଇଛି। ଏଥିନେଇ ଶ୍ରୀମନ୍ଦିର ମେଘନାଦ ପ୍ରାଚୀରର ୭୫ ମିଟର ପରିଧିରେ ଥିବା କୋଠାକୁ ଭାଙ୍ଗି  ରାସ୍ତା ଚଉଡ଼ା କରିବା ଲାଗି ଉଦ୍ୟମ ହେଉଛି। ପୁରୀକୁ ବିଶ୍ଵସ୍ତରୀୟ ସହରରେ ପରିଣତ କରିବା ଲାଗି ସରକାର ଉଦ୍ୟମ କରୁଥିବା ନେଇ ଗଣମାଧ୍ୟମକୁ ଜଣାଇଛନ୍ତି। 

Leave a Reply

Your email address will not be published.