ବିବାହ ପୂର୍ବରୁ କରନ୍ତୁ ଏହି ୬ଟି କାମ, ଝଲସିବ ଆପଣଙ୍କ ବ୍ରାଇଡାଲ୍ ଲୁକ୍

0
268
advertisement

ସିଯାଇଛି ବିବାହ ଋତୁ । ନିଜକୁ ବହୁ ବେଶରେ ସଜାଇବା ପାଇଁ ଝିଅମାନେ କେତ କ’ଣ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ବିବାହରେ ବିଶେଷ ଭାବେ ଶାଢୀ ଓ ମେକ୍ଅପ୍ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିଥାଏ । ବ୍ରାଇଡାଲ୍ ମେକ୍ଅପ୍ ପାଇଁ ବିୟୁଟି ପାର୍ଲରରେ ଚାଲିଛି ଗହଳି ।

କିନ୍ତୁ ଯଦି ଆପଣ ବିବାହର ୨-୩ ସପ୍ତାହ ପୂର୍ବରୁ କିଛି ବିୟୁଟି ଟିପ୍ସ ଆପଣାଇବେ, ତାହେଲେ ହାଲ୍କା ମେକ୍ଅପରେ ମଧ୍ୟ ଆପଣ ବିୟୁଟି କୁଇନ୍ ଲାଗିପାରନ୍ତି ।

ସେସବୁ ବିୟୁଟି ଟିପ୍ସ ହେଉଛି –

୧- ବିବାହର ୨-୩ ସପ୍ତାହ ପୂର୍ବରୁ ଆପଣ ଦିନକୁ ୨ରୁ ୩ ଥର ମୁହଁକୁ କେବଳ ଥଣ୍ଡା ପାଣିରେ ଧୁଅନ୍ତୁ । ଏହାଦ୍ୱାରା ତ୍ୱଚା କୋମଳ ହେବା ସହ ବ୍ରଣ ସମସ୍ୟା ଅଳ୍ପ ପରିମାଣରେ କମିଯିବ ।

୨- ଯଦି ଆପଣଙ୍କ ବିବାହ ସମୟକୁ ୩-୪ ମାସ ବାକି ଅଛି, ତାହେଲେ ମାସକ ମଧ୍ୟରେ ୨ ଥର ଫେସିଆଲ୍ କରାନ୍ତୁ । ବିୟୁଟିସିଆନ୍‌ଙ୍କ ପରାମର୍ଶ ଅନୁଯାୟୀ ତ୍ୱଚା ଅନୁସାରେ ଆପଣ ବିଭିନ୍ନ ପ୍ରକାର ଫେସିଆଲ୍ ଟ୍ରାଏ କରିପାରିବେ ।

୩- ଯଦି ଆପଣଙ୍କ ତ୍ୱଚା ସମ୍ପୂର୍ଣ୍ଣ ଭାବେ ସଫା ଅଛି, ତାହେଲେ କେବଳ ଘରେ ଗୋଲାପ ଫୁଲ ଓ ବିଭିନ୍ନ ପ୍ରକାର ଫଳର ଫେସ୍ପ୍ୟାକ୍ ପ୍ରସ୍ତୁତ କରି ଲଗାନ୍ତୁ । ଏହା ଆପଣଙ୍କ ତ୍ୱଚାକୁ ଉଜ୍ଜ୍ୱଳ ତଥା ସୁସ୍ଥ କରିବ ।

୪- ବାହାରକୁ ଗଲା ସମୟରେ ଆପଣ ସନ୍‌ସ୍କ୍ରିନ୍‌ କିମ୍ବା ଅନ୍ୟ କୌଣସି ଡେ’ କ୍ରୀମ୍ ଲଗାଇବା ସହିତ ରାତିରେ ନାଇଟ୍ କ୍ରୀମ୍ ଲଗାଇବାକୁ ଜମାରୁ ଭୁଲନ୍ତୁ ନାହିଁ ।

୫- ଚାହା କିମ୍ବା କଫି ବଦଳରେ ଆପଣ ଗ୍ରୀନ୍ ଟି କିମ୍ବା ଅନ୍ୟ କୌଣସି ହର୍ବାଲ୍ ଟି ପିଅନ୍ତୁ ।

୬- ବାହାଘର ପୂର୍ବରୁ ସପିଙ୍ଗ୍ ପାଇଁ ବାହାରେ ଅଧିକ ସମୟ ରହିବାକୁ ପଡ଼େ । ତେଣୁ ଯେତେ ସମ୍ଭବ ନିଜ ଶରୀର ଓ ମୁହଁକୁ ଘୋଡ଼ାଇ ରଖନ୍ତୁ ।

 

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ 

ଡାଲ୍‌ଚିନି ଦେବ ସୌନ୍ଦର୍ଯ୍ୟ ଆଉ ବୟସକୁ କହିବ ବାଏବାଏ

ଡାଲ୍‌ଚିନି ଦେବ ସୌନ୍ଦର୍ଯ୍ୟ ଆଉ ବୟସକୁ କହିବ ବାଏବାଏ

କରଣ ଜୋହରଙ୍କ ଅସଲି ନାଁ କ’ଣ, ଜାଣିଛନ୍ତି କି?

କରଣ ଜୋହରଙ୍କ ଅସଲି ନାଁ କ’ଣ, ଜାଣିଛନ୍ତି କି?

ହନୁମାନଙ୍କ ପୂଜା କରୁଥିଲେ ମନେ ରଖନ୍ତୁ ୭ଟି କଥା

ହନୁମାନଙ୍କ ପୂଜା କରୁଥିଲେ ମନେ ରଖନ୍ତୁ ୭ଟି କଥା