ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମାଗଣାରେ ମିଳିବ ‘ପରୀକ୍ଷା ଦର୍ପଣ’

ଭୁବନେଶ୍ବର, (ଓଡିଶା ଟାଇମ୍) :ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ବହି ଯୋଗାଇଦେବ ଗଣଶିକ୍ଷା ବିଭାଗ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ରାଜ୍ୟର ମୋଟ୍ ୬ ଲକ୍ଷ ୨୦ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ବହି ଯୋଗାଇ ଦିଆଯିବ।

ମାଟ୍ରିକ୍  ପରୀକ୍ଷା  ପାଇଁ  ୩୦% ସିଲାବସ୍ କମା ଯାଇଛି । ଅନଲାଇନ୍, ଟିଭି, ରେଡ଼ିଓ ର  ବ୍ୟବସ୍ଥା  କରି ମଧ୍ୟ ଛାତ୍ରଛାତ୍ରୀ  ଠିକ୍‌ସେ  ପଢ଼ି  ପରିନାହାଁନ୍ତି । ତେଣୁ  ମୁଖ୍ୟମନ୍ତ୍ରୀଙ୍କ  ନିର୍ଦ୍ଦେଶ ଅନୁସାରେ  ‘ପରୀକ୍ଷା ଦର୍ପଣ’ ଟେଷ୍ଟ  ପେପର  ଛାତ୍ରଛାତ୍ରୀଙ୍କୁ  ଦିଆଯିବ। ସମ୍ଭାବ୍ୟ  ୭୦୦ପେଜ୍ ର ବହି  ଦେବାକୁ  ପ୍ରସ୍ତୁତି  ହେଉଛି ଶିକ୍ଷା ବିଭାଗ ।

ମେ’ ୩ ତାରିଖରେ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ପିଲାଙ୍କ ପାଖରେ ବହି ପହଞ୍ଚାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ୩୩୦୩୩୯ ସରକାରୀ ସ୍କୁଲ ସହ ୨୭୦୨୬ ଆବାସିକ ଆଦିବାସୀ ସ୍କୁଲ ଏବଂ ୩୬୫୭୯ ଘରୋଇ ସ୍କୁଲ, ୨୪୯୩୯ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ସହ ୧୬୨୪ ଭୋକେସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ବହି ଯୋଗାଇ ଦିଆଯିବ ।

Leave a Reply