ବାପିଙ୍କ ପାଇଁ ପାରାଦୀପ ଛାଡ଼ିବେ ଦାମ !

0
123

ଭୁବନେଶ୍ୱର,(ଓଟି): ନିର୍ବାଚନ ପାଖେଇ ଆସିଲାଣି। ଏବେ ସମସ୍ତ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତି କରିବାରେ ବ୍ୟସ୍ତ। ବିଭିନ୍ନ ପାର୍ଟିର ନେତାମାନେ ବି ଏବେଠାରୁ ରାଜନୈତିକ ଖେଳ ଆରମ୍ଭ କରିଦେଲେଣି। ଶାସକ ବିଜେଡ଼ିରେ ୫୦ଜଣ ବିଧାୟକଙ୍କ ଟିକଟ କଟିବ ବୋଲି ଖବର ପ୍ରକାଶ ପାଇବା ପରେ ଅନେକ ବିଧାୟକଙ୍କ ଭିତରେ ଛନକା ପଶିଗଲାଣି।

ତେବେ ସମସ୍ତଙ୍କ ଆଖି ଏବେ ବିଜେଡ଼ିରୁ ବହିଷ୍କୃତ ବିଧାୟକ ଦାମ ରାଉତଙ୍କ ଉପରେ ରହିଛି। ବିଧାୟକ ରାଉତ ପ୍ରକୃତରେ କେଉଁଠାରୁ ଲଢିବେ ତାହା ଏବେ ମୁଖ୍ୟପ୍ରଶ୍ନ? ଗତ କିଛିଦିନ ହେଲା ଦାମ ବିଜେଡ଼ିକୁ ଦୁର୍ନୀତି ପ୍ରସଙ୍ଗରେ ନାକେଦମ କରିଦେଲେଣି। ଗତ ଏକମାସ ହେଲା ଏମିତି ବାଣ ମାରୁଛନ୍ତି ଯେ ଶାସକ ବିଜେଡ଼ି ଅଯାଗା ଘା’ଦେଖିପାରୁନି କି କାହାକୁ ଦେଖେଇ ପାରୁନାହିଁ। କିନ୍ତୁ ଶାସକ ବିଜେଡ଼ି ନେତାମାନଙ୍କୁ ଦାମ ବାଣ ଭାରି ବାଧଛି।

ଦାମ ରାଉତ ପାରାଦୀପରୁ ବିଜେଡ଼ି ଟିକଟରେ ଗଲା ଦୁଇଥର ଜିତିଥିଲେ। କିନ୍ତୁ ଏଥର ତାଙ୍କୁ ଶାସକ ବିଜେଡ଼ି ଦଳରୁ ବିଦା କରିଦେଇଛି। ଏହି ପାରାଦୀପ ସକାଶେ କଂଗ୍ରେସର ବାପି ସର୍ଖେଲ ସହ ଦାମଙ୍କ ବିବାଦ ସମସ୍ତେ ଜାଣିଛନ୍ତି। ଏହି ଦୁଇ ନେତା ନେତା ଗୋହି ଖୋଳାଖୋଳି ହେଇ ଆନନ୍ଦ ପାଆନ୍ତି ବୋଲି ଚର୍ଚ୍ଚା ହେଉଛି।

କଟକ-ବାରବାଟୀ ବିଧାୟକ ଦେବାଶୀଷ ସାମନ୍ତରାୟଙ୍କ ଆଖି ଏବେ ପାରାଦୀପ ଉପରେ ପଡ଼ିଛି। ଦେବାଶୀଷ ସାମନ୍ତରାୟ ଭାବୁଛନ୍ତି ବାପି ସର୍ଖେଲ ଓ ଦାମଙ୍କ କଳିରେ ସିଏ ବାଜି ମାରିବେ। ହେଲେ ଦାମ କଂସାରୀ ଘରର ପାରା। ତାଙ୍କର ବେଶୀ ରାଗ ମୁଦୁଲି ଉପରେ। ମୁଦୁଲିକୁ ସିଏ ରାଜନୀତିକୁ ଆଣିଥିଲେ। କିନ୍ତୁ ମୁଦୁଲି ତାଙ୍କ ବିରୋଧରେ ବେଶୀ ପଲିଟିତ୍ତ କରିଛନ୍ତି।

ରାବଣ ପୋଡେଇ ଦେଇନାହାଁନ୍ତି। ତେଣୁ ଦାମ ଆଗାମୀ ନିର୍ବାଚନରେ ପାରାଦୀପରୁ ନଲଢ଼ି ଏରସମାରୁ ଲଢ଼ିବା ପାଇଁ ଯୋଜନା କରୁଛନ୍ତି। ଏରସମା ଦାମଙ୍କ ପୁରୁଣା ଅଞ୍ଚଳ। ଏରସମାରେ ଲୋକଙ୍କ ଭିତରେ ଦାମଙ୍କୁ ଭଲ ପାଇବା ପ୍ରବଳ ରହିଛି। ମୁଦୁଲିଙ୍କ ଉପରେ ଲୋକଙ୍କ ରାଗ ବଢୁଚି। ସେଥିପାଇଁ ଦାମ ନିଜ ଅଞ୍ଚଳକୁ ଯିବା ଲାଗି ପ୍ରସ୍ତୁତ ହେଲେଣି। ପାରାଦୀପ ଛାଡିଦେବେ ପୂର୍ବ ଦୁଷ୍ମନ ବାପିକୁ। ବାପି ଦେବାଶୀଷ ସାମନ୍ତରାୟ ଭିଡ଼ାଭିଡି ହୁଅନ୍ତୁ।

ବାପିକୁ ଦାମ ପଛୁଆ ସପୋର୍ଟ ଦେବେ। ଯେମିତି ଦେବାଶୀଷ ସାମନ୍ତରାୟ ବି ହାରିବ,ହାରିବ ବି ମୁଦୁଲି। ଜଗତସିଂହପୁର ଜିଲାକୁ ଶଙ୍ଖ ଶୂନ୍ୟ କରିବାକୁ ଦାମଙ୍କ ଶପଥ ସତରେ ସତ ହେଇଯିବ କି?

Loading...