ଦାନ୍ତ ହଳଦିଆ ପଡ଼ିଯାଉଛି କି? ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ଦାନ୍ତ ହଳଦିଆ ପଡ଼ିଯିବାର ଦେଖିବାକୁ ମିଳିଥାଏ। ଏହାର ସମାଧାନ ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅନେକ ବ୍ୟକ୍ତି କେମିକାଲଯୁକ୍ତ ପେଷ୍ଟ୍ କିମ୍ବା ଜେଲ୍ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ଦାନ୍ତର ହଳଦିଆପଣ ଦୂର କରିବା ସହିତ ଦାନ୍ତର ଏନାମେଲ୍‌କୁ ନଷ୍ଟ କରିଥାଏ। ତେଣୁ ଆପଣ ଘରୋଇ ଉପଚାର ମାଧ୍ୟମରେ ଦାନ୍ତର ହଳଦିଆପଣ ଦୂର କରନ୍ତୁ । ଏହାଦ୍ୱାରା ଦାନ୍ତର କୌଣସି କ୍ଷତି ଘଟିନଥାଏ । ତାହେଲେ ଆସନ୍ତୁ ଜାଣିବା – ଦାନ୍ତର ହଳଦିଆପଣ ଦୂର କରିବା ପାଇଁ କଦଳୀ ଚୋପା ବହୁତ ଲାଭକାରୀ ।

କଦଳୀରେ ଥିବା ପୋଟାସିୟମ୍ ଓ ମ୍ୟାଗ୍ନେସିୟମ୍ ଦାନ୍ତ ପାଇଁ ଭଲ । କଦଳୀ ଚୋପାକୁ ଦାନ୍ତର ପଛ ଓ ଆଗରେ ରଖି ହାଲ୍କା ଭାବେ ରଗଡ଼ନ୍ତୁ । ୧୦ -୧୫ ମିନିଟ୍ ଏଭଳି କରିବା ପରେ କଦଳୀ ଚୋପାକୁ ବାହାର କରିଦେଇ କିଛି ସମୟ ରଖନ୍ତୁ । ଏହାପରେ ଶୁଖିଲା ବ୍ରଶ୍‌ରେ ଦାନ୍ତକୁ ହାଲ୍କା ଭାବେ ଘଷନ୍ତୁ । ଏହାପରେ ବ୍ରଶ୍‌କୁ ଓଦା କରି ଭଲ ଭାବେ ଦାନ୍ତ ସଫା କରନ୍ତୁ ଏବଂ ଧୋଇଦିଅନ୍ତୁ । ପ୍ରତିଦିନ ଏଭଳି ଥରେ କିମ୍ବା ଦୁଇଥର କରିବା ଦ୍ୱାରା ଦାନ୍ତର ହଳଦିଆପଣ ଦୂର ହୋଇ ଉଜ୍ଜ୍ୱଳ ଦେଖାଯାଇଥାଏ ।

Leave a Reply

Your email address will not be published.