ପାକିସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା

ଭୁବନେଶ୍ୱର, (ଓଡିଶା ଟାଇମ୍): ପାକିସ୍ତାନରେ ବଡ଼ଧରଣର ବିମାନ ଦୁର୍ଘଟଣା ହୋଇଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣା ହୋଇଛି । ଲ୍ୟାଣ୍ଡିଂ ପୂର୍ବରୁ କରାଚୀ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ପାକିସ୍ତାନ ଇଣ୍ଟର ନ୍ୟାସନାଲ ଏୟାରଲାଇନସର ଚକ-୩୦୩ ବିମାନଟି ଲାହୋରରୁ କରାଚି ଆସୁଥିଲା । ଅବତରଣର ମାତ୍ର କେଇ ମିନିଟ୍ ପୂର୍ବରୁ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟ ଜନବସତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା ବୋଲି ପିଆଇଏର ମୁଖପାତ୍ର ଅବଦୁଲ ସତ୍ତାର କହିଛନ୍ତି । ଏହାପରେ କଳାଧୂଆଁରେ ଖଣ୍ଡମଣ୍ଡଳ ଭରପୂର ହେବା ପରେ ଭୟଭୀତ ହୋଇ ଏଣେ ତେଣେ ଲୋକମାନେ ଦୌଡ଼ି ପଳାଇଥିଲେ । ଏଥିରେ ବିମାନର କର୍ମଚାରୀଙ୍କ ସମେତ ୯୯ ଜଣ ଥିଲେ । ଦୁର୍ଘଟଣା ସଂପର୍କରେ ସ୍ପଷ୍ଟ କରି ସେ କହିଛନ୍ତି ଯେ, ମୃତାହତ ସଂପର୍କରେ କୌଣସି ତଥ୍ୟ ମିଳି ପାରିନାହିଁ ତେବେ ବିମାନର ସମସ୍ତ କର୍ମଚାରୀ କୌଣସି ପ୍ରକାର ଜରୁରୀ ପରିସ୍ଥିତି ପାଇଁ ସକ୍ଷମ ଥିଲେ ବୋଲି ସେ କହିଛନ୍ତି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିବା ସହ ପାକିସ୍ତାନୀ ସେନାକୁ ନିୟୋଜିତ କରାଯାଇଛି। ଏହି ଘଟଣାରେ ବିମାନରେ ଥିବା ଯାତ୍ରୀଙ୍କର କୌଣଶି ଖବର ଏପର୍ୟ୍ୟନ୍ତ ମିଳିନାହିଁ । ଏହି ଘଟଣାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ପିଆଇଏ ମୁଖ୍ୟଙ୍କ ସହିତ ସେ ଯୋଗା ଯୋଗରେ ଥିବା ଟୁଇଟ କରି କହିଛନ୍ତି ।

Leave a Reply

Your email address will not be published.