ରିଭ୍ୟୁ: ପାଗଲପନ୍ତି

ଏଥର ଫ୍ରାଇଡେ’ରେ ସିନେମାଘରକୁ ଆସିଛି ମଲଟିଷ୍ଟାରର୍ କମେଡ଼ି ଫିଲ୍ମ ‘ପାଗଲପନ୍ତୀ’ । ଏଥିରେ ଅଛନ୍ତି ଜନ୍ ଆବ୍ରାହମ୍, ଅନିଲ୍ କପୁର୍, ଇଲିୟାନା ଡିକ୍ରୁଜ୍, ଅରଶଦ ୱାରସି, ଉର୍ବଶୀ ରୌତେଲା, ପୁଲକିତ୍ ସମ୍ରାଟ, କୃତି ଖରବନ୍ଦା, ଓ ସୌରଭ୍ ଶୁକ୍ଲା । ଫିଲ୍ମର ଟ୍ରେଲର୍ ଦେଖିବା ପରେ ହିଁ ଫିଲ୍ମର ରିଲିଜ୍ ଡେଟକୁ ସିନେପ୍ରେମୀ ଅନେଇ ବସିଥିଲେ । ତେଣୁ ସିନେମାଘରେ ପ୍ରବଳ ଭିଡ଼ ଥିଲା, ଯାହାର ପ୍ରଭାବ ସିଧା ବକ୍ସଅଫିସ୍ ଉପରେ ପଡ଼ିବ ବୋଲି ଫିଲ୍ମ ଟ୍ରେଡ୍ ଆନାଲିଷ୍ଟମାନେ କହିଛନ୍ତି ।

୩ଜଣ ସାଙ୍ଗ ଜନ୍, ଅରଶଦ୍ ଓ ପୁଲକିତଙ୍କ କାହାଣୀ ହେଉଛି ‘ପାଗଲପନ୍ତୀ’ । କାହାଣୀ ଅନୁଯାୟୀ ଗ୍ୟାଙ୍ଗଷ୍ଟର୍ ରାଜା ଭୂମିକାରେ ଥିବା ସୌରଭ ଶୁକ୍ଲା ଓ ଭାଇ ଅନିଲ୍ କପୁରଙ୍କ କ୍ଷତିପୁରଣ ପାଇଁ ରାଜକିଶୋର (ଜନ୍ ଆବ୍ରାହମ୍), ଜଙ୍କି (ଅରଶଦ ୱାରସି) ଓ ଚନ୍ଦୁ (ପୁଲକିତ ସମ୍ରାଟ)କୁ ହାୟର୍ କରନ୍ତି । ସେହିଠାରୁ ପାଗଲପନ୍ଥୀର ଅସଲି କାହାଣୀ ଆରମ୍ଭ ହୁଏ ଏବଂ ଶେଷରେ ସମସ୍ତେ ବରବାଦ୍ ହୁଅନ୍ତି । ଫିଲ୍ମରେ ଆକ୍ସନ୍ ସହିତ ହସର ତଡ଼କା ସିନେପ୍ରେମୀଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି । ଫିଲ୍ମ ଦେଖିବା ପରେ ଦର୍ଶକ ଓ ଫିଲ୍ମ ସମୀକ୍ଷକଙ୍କ ପକ୍ଷରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । ଅନିସ୍ ବଜମିଙ୍କ ନିର୍ଦ୍ଦେଶିତ ଏବଂ ଭୂଷଣ କୁମାର, ଅଭିଷେକ ପାଠକ, କିଷନ୍ କୁମାର ଓ କୁମାର ମଙ୍ଗତ ପାଠକଙ୍କ ପ୍ରଯୋଜିତ ଏହି ଫିଲ୍ମକୁ ଫିଲ୍ମ ସମୀକ୍ଷକ ୫ ଅଙ୍କରୁ ୩.୫ ଅଙ୍କ ଦେଇଛନ୍ତି ।

Leave a Reply

Your email address will not be published.