ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନସୂଚକ ଡିଲିଟ୍‌

ସମ୍ବଲପୁର, (ପ୍ରଫୁଲ୍ଲ ଦାଶ): ଲୋକ କବିରତ୍ନ ପଦ୍ମଶ୍ରୀ ହଳଧର ନାଗଙ୍କୁ
ସମ୍ବଲପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ଇନ୍‌ ଲିଟରେଚର ଉପାଧି ପ୍ରଦାନ କରାଯାଇଛି। ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଅବସରରେ ଭାରତୀୟ ବିଶ୍ଵବିଦ୍ୟାଳୟ ସଂଘ ଅଧ୍ୟକ୍ଷ ପ୍ରଫେସର ସନ୍ଦୀପ ସଞ୍ଚେତ, କୁଳପତି ପ୍ରଫେସର ଦୀପକ ବେହେରା ଏବଂ କୁଳସଚିବ ପ୍ରଫେସର ସଞ୍ଜତ ସାହୁ ତାଙ୍କୁ ଏହି ଉପାଧି ପ୍ରଦାନ କରି ଗର୍ବ ଅନୁଭବ କରିଛନ୍ତି।

ଏହି ଅବସରରେ ତାଘଙ୍କୁ ବିଶ୍ଵବିଦ୍ୟାଳ୍ର ଭିଜିଟିଂ ଫାକଲ୍ଟି ଭାବେ ଗ୍ରହଣ କରିବାକୁ ମଧ୍ୟ ପ୍ରଫେସର ସଞ୍ଚେତ୍‌ ପ୍ରସ୍ତାବ ଦେଇଥିଲେ। ତାହାକୁ ବିଚାର କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁଳପତି ପ୍ରକାଶ କରିଛନ୍ତି।

ସମ୍ମାନସଳଚକ ଡିଲିଟ୍‌ ଉପାଧି ଗ୍ରହଣ ଲାଗି ଶନିବାର ଖାଲିପାଦରେ ଚିରାଚରିତ ଭାବେ ଧୋତି ଓ ଗଞ୍ଜି ପିନ୍ଧି ପଦ୍ମଶ୍ରୀ ନାଗ ପହଞ୍ଚିଥିଲେ। ଏହି ପାରମ୍ପରିକ ପୋଷାକରେ ସେ ସମାବର୍ତ୍ତନ ପାଇଁ ଉଦ୍ଦିଷ୍ଟ ରୋବସ୍‌ ଗାଉନ୍‌ ପରିଧାନ କରିଥିଲେ। ତାଙ୍କର ଉପସ୍ଥିତି ହିଁ ସଭାସ୍ଥଳକୁ ଅନେକ ଉତ୍ସାହ ପ୍ରଦାନ କରିଥିଲା। ଶ୍ରୀ ନାଗ ଉପାଧି ଗଅହଣ କରିବା ପରେ ଏହା ତାଙ୍କ ପ୍ରତିଭା ନୁହେଁ ବରଂ ପଶ୍ଚିମାଞ୍ଚଳ ଓଡ଼ିଶାର ସାହିତ୍ୟ, ସଂସ୍କୃତିକୁ ସମ୍ମାନ ବୋଲି ଅଭିହିତ କରିଥିଲେ। ଏହି ଅବସରରେ ସେ ଏକ ସ୍ଵତନ୍ତ୍ର କବିତା ମଧ୍ୟ ଆବୃତ୍ତି କରିଥିଲେ।

Leave a Reply

Your email address will not be published.