ଏସ୍‌ସିବିରେ ଓପନ ହାର୍ଟ ସର୍ଜରୀ ବନ୍ଦ

କଟକ, (ଓଡିଶା ଟାଇମ୍) : ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ କଟକ ବଡ଼ମେଡିକାଲର କାର୍ଡିଓଥୋରାସିସ ବିଭାଗରେ ଓପନ ହାର୍ଟ ସର୍ଜରୀ ବନ୍ଦ କରାଯାଇଛି। ସ୍ଥିତି ସ୍ୱାଭାବିକ ହେବା ଯାଏ ଏସସିବିରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଅକ୍ସିଜେନ ପାଇପ୍‌ରେ ଲିକ୍ ଯୋଗୁଁ ଆଇସିୟୁ ଏବଂ ଓଟିରେ ସର୍ଜରୀ ବନ୍ଦ ରହିବା ନେଇ ସୂଚନା ମିଳିଛି । ତେବେ ଅତି ଗୁରୁତର ରୋଗୀଙ୍କୁ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଛି । ପାଇପରେ ଲିକ୍ ଅକ୍ସିଜେନ୍ ପ୍ଲାଣ୍ଟକୁ ବନ୍ଦ ରଖାଯାଇଛି ।

ତେବେ ଅକ୍ସିଜେନ ପାଇପ୍‌ରେ ହୋଇଥିବା ଲିକ୍‌ର ମରାମତି ହେବା ସହ  ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ କଟକ ବଡ଼ ମେଡିକାଲରେ ଓପନ୍ ହାର୍ଟ ସର୍ଜରୀ ବନ୍ଦ ରହିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave a Reply

Your email address will not be published.