ସମସ୍ତ ସରକାରୀ ହସ୍ପିଟାଲରେ ଆଜି ଠାରୁ ଓପିଡି ସେବା ଆରମ୍ଭ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):ଉତ୍ତରପ୍ରଦେଶରେ ଲଗାତାର କରୋନା ସଂକ୍ରମଣ ଥମିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବାରୁ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ଯୋଗୀ ସରକାର । ଆଜି ଠାରୁ ସାରା ରାଜ୍ୟରେ ସମସ୍ତ ସରକାରୀ ହସ୍ପିଟାଲରେ ଓପିଡି ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କରୋନା ସହ ଅନ୍ୟ ରୋଗରେ ପୀଡ଼ିତ ରୋଗୀଙ୍କୁ ହସ୍ପିଟାଲରେ ଆଡମିଟ୍ କରିବାକୁ ତଥା ଠିକ ସମ୍ରରେ ଚିକିତ୍ସା ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଅନ୍ୟ ରୋଗରେ ପୀଡ଼ିତ ରୋଗୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଜଣେ ସରକାରୀ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି କ୍ରମେ ଅତ୍ୟ ରୋଗୀରେ ପୀଡ଼ିତ ଲୋକଙ୍କୁ ଆଶ୍ୱସ୍ତି ମିଳିବ । କରୋନା ସଂକ୍ରମିତଙ୍କ ବ୍ୟତୀତ ସାଧାରଣ ରୋଗୀମାନେ ହସ୍ପିଟାଲରେ ଡାକ୍ତରମାନଙ୍କୁ ଦେଖାଇ ପାରିବେ । ଉପଯୁକ୍ତ ପରାମର୍ଶ ପାଇବା ପରେ ଚିକିତ୍ସା ଓ ଅପରେସନ୍ ଆଦି ସହଜ ହେବ। ସଂକ୍ରମଣର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଯେଉଁ ରୋଗୀଙ୍କ ଅପରେସନ୍ ତିନିମାସ ଧରି ବନ୍ଦ ରହିଥିଲା ସେମାନଙ୍କ ପାଇଁ ଚକିତ୍ସା ସୁବିଧା ସରଳ ହେବ ।

ଏବେ ଗର୍ଭବତୀ ମହିଳାଙ୍କ ସମେତ ଶିଶୁଙ୍କର ଚିକିତ୍ସା ମଧ୍ୟ ସହଜରେ ହୋଇପାରିବ । ମାର୍ଚ୍ଚରୁ ଆରମ୍ଭ ହୋଇଥିବା କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଅନେକ ସହରରେ କରୋନା କର୍ଫ୍ୟୁ ଲାଗୁ କରାଯାଇଥିଲା । ନିର୍ଦ୍ଦେଶ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଠାରୁ ଇନଡୋର ଓ ଆଉଟଡୋର ରୋଗୀ ସେବା ଆରମ୍ଭ ହୋଇଯାଉଛି ।

Leave a Reply

Your email address will not be published. Required fields are marked *