ତ୍ରାଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର , (ଓଡିଶା ଟାଇମ୍) : ଜାମ୍ମୁ କାଶ୍ମୀରର ତ୍ରାଲରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅପରେସନରେ ସୁରକ୍ଷା ବାହିନୀ ଜଣେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି । ଗତକାଲିଠାରୁ ଏହି ଏନକାଉଣ୍ଟର ଜାରି ରହିଛି । ରାତିରେ ଅପରେସନ ବନ୍ଦ କରିବା ପରେ ସୁରକ୍ଷା ବାହିନୀ ସକାଳେ ପୁଣି ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ଆରମ୍ଭ କରିଥିଲେ । ଏଠାରେ ୨ରୁ ୩ ଆତଙ୍କବାଦୀ ଲୁଚିଥିବାର ଖବର ରହିଛି ।

ତ୍ରାଲର ଚେୱା ଉଲର ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇବା ପରେ ପୋଲିସ, ସେନା ଏବଂ ସିଆରପିଏଫର ମିଳିତ ଟିମ୍ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହାପରେ ସୁରକ୍ଷାକର୍ମୀ ମଧ୍ୟ ପ୍ରତି ଜବାବ ଦେଇଛନ୍ତି ।

ଏହାପୂର୍ବରୁ ଗୁରୁବାର ଦିନ ଉତ୍ତର କାଶ୍ମୀରର ସୋପୋରରେ ସୁରକ୍ଷାକର୍ମୀଙ୍କ ଦ୍ବାରା ୨ ଜଣ ଲଶ୍କର-ଏ-ତୋଇବା ଆତଙ୍କବାଦୀ ନିହତ ହୋଇଥିଲେ । ଏହି ମାସରେ କାଶ୍ମୀର ଘାଟୀରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ୩୨ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବାବେଳେ ଚଳିତ ବର୍ଷ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି।

ଜୁନ୍ ୨୩ରେ ପୁଲୱାମାର ବାନ୍ଦଜୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ବାରା ୨ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ସମୟରେ ଜଣେ ସିଆରପିଏଫ ଯବାନ ମଧ୍ୟ ସହିଦ ହୋଇଥିଲେ ।

Leave a Reply

Your email address will not be published.