BDAରେ କରୋନା, ସିକ୍ୟୁରିଟି ଗାର୍ଡ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଫିସରେ କରୋନା ଭୟ । ଜଣେ ସିକ୍ୟୁରିଟି ଗାର୍ଡ ପଜିଟିଭ୍‌ ଚିହ୍ନଟ ହେବା ପରେ ପୂରା ଅଫିସରେ କୋକୁଆ ଭୟ ଖେଳିଯାଇଛି । ସନ୍ଧ୍ୟାରେ ସମ୍ପୂର୍ଣ୍ଣ ଅଫିସକୁ ବିଶୋଧନ କରାଯାଇଛି । ଆସନ୍ତା ଦୁଇଦିନ ଛୁଟି ଥିବାରୁ କର୍ମଚାରୀମାନଙ୍କୁ ଘରେ ରହିବାକୁ କୁହାଯାଇଛି ।

ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ୪ଟା ବେଳେ କେଶରୀ ହଲ୍‌ ପାଖରେ ଏକ ଆମ୍ବୁଲାନ୍ସ ଲାଗିଲା । ପିପିଇ କିଟ୍‌ ପିନ୍ଧିଥିବା ମେଡିକାଲ ଟିମ୍‌ ବିଡିଏ ଅଫିସରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଡକାଇଲେ । ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ସିକ୍ୟୁରିଟି ଗାର୍ଡଙ୍କୁ ଆମ୍ବୁଲାନ୍ସରେ କୋଭିଡ୍‌ ହସ୍ପିଟାଲ ନିଆଗଲା । ଏହି ସିକ୍ୟୁରିଟି ଗାର୍ଡ ଜଣଙ୍କ ଦ୍ୱିତୀୟ ମହଲାରେ ଥିବା ପ୍ଲାନିଂ ସେକ୍ସନ୍‌ ଗେଟ୍‌ ଆଗରେ ଡ୍ୟୁଟି କରୁଥିଲେ । ନିକଟରେ ସେ ଆଖି ଅପରେସନ ପାଇଁ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । ସେଠାରେ ଅପରେସନ ପୂର୍ବରୁ କୋଭିଡ୍‌ ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ୍‌ ଆସିଛି ।

ଏହି ଖବର ପ୍ରଚାର ହେବା ପରେ ବିଡିଏ ଅଫିସର ସମସ୍ତ କର୍ମଚାରୀଙ୍କୁ ଅଫିସ ଖାଲି କରିବାକୁ କୁହାଯାଇଥିଲା । ପରେ ପୂରା ଅଫିସକୁ ସାନିଟାଇଜ୍‌ କରାଯାଇଥିଲା । ବିଡିଏ କର୍ତ୍ତୃପକ୍ଷ କହିଛନ୍ତି, ଏହି ସିକ୍ୟୁରିଟି ଗାର୍ଡ ଜଣକ ବିଡିଏ କର୍ମଚାରୀ ନୁହନ୍ତି । ସେ କେବଳ ଗେଟ୍‌ ପାଖରେ ରହୁଥିଲେ । ଦୁଇ ଦିନ ସଟ୍‌ଡାଉନ ପାଇଁ ଛୁଟି ରହିଛି । କର୍ମଚାରୀ ଅଫିସ ଆସିବେନି । ତେଣୁ ଅଫିସ୍‌ ସିଲ୍‌ କରିବାର ଆବଶ୍ୟକତା ନାହିଁ ।

Leave a Reply

Your email address will not be published.