୨୯ ଅକ୍ଟୋବର ରେ ଲଞ୍ଚ ହେବ ୱାନ ପ୍ଲସ୍ ୬ ସ୍ମାର୍ଟଫୋନ୍, ମିଳିବ ରିଲାଏନ୍ସ ଜିଓ ଷ୍ଟୋରରେ

0
89

ଆଜିର ସ୍ମାର୍ଟଫୋନ ଦୁନିଆରେ ଜେତେ ପ୍ରକାରର କମ୍ପାନୀ ମାନେ ସ୍ମାର୍ଟଫୋନ ନିର୍ମାଣ କରୁଛନ୍ତି ସେମାନଙ୍କ ମଧ୍ୟରୁ ୱାନ୍ ପ୍ଲସ  କମ୍ପାନୀ ଅନ୍ୟତମ । ଏହି ୱାନ୍ ପ୍ଲସ  କମ୍ପାନୀର ମୋବାଇଲ ଗୁଡିକ ଭାରତ ଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଏବେ ଏହି କମ୍ପାନୀର ଆଉଏକ ନୁଆ ଫୋନ ବଜାରକୁ ଆସିବାକୁ ଯାଉଛି । ଯାହାର ମଡେଲ ରହିଛି ୱାନପ୍ଲସ୍ ୬ ଟି  ।

ଏହି ସ୍ମାର୍ଟଫୋନ୍ କୁ ଲଞ୍ଚ କରିବା ପାଇଁ କମ୍ପାନୀ ଆମେରିକାରେ ଏକ ଇଭେଣ୍ଟର ଆୟୋଜନ କରିଛି । ଫୋନର ଲଞ୍ଚ ଡେଟ ୩୦ ଅକ୍ଟୋବର ରଖାଯାଇଥିଲା । କିନ୍ତୁ କମ୍ପାନୀ ସେଥିରେ ପରିବର୍ତନ କରି ଫୋନର ଲଞ୍ଚ ଡେଟକୁ ଆମେରିକାରେ ୨୯ ଅକ୍ଟୋବର ରଖିଥିବାବେଳେ ଭାରତରେ ୩୦ ଅକ୍ଟୋବର ରଖିଛି ।

ଏହି ଫୋନ୍‍ର ସମସ୍ତ ସିରିଜ୍‍ ରିଲାଏନ୍ସ ଡିଜିଟାଲ୍‍ ଜିଓ ଷ୍ଟୋରରେ ମିଳିବ । ଏଥିନେଇ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିବା ରିଲାଏନ୍ସ ଜିଓ ପକ୍ଷରୁ କୁହାଯାଇଛି ।  

ଫିଚର୍ସ 

ୱାନପ୍ଲସ୍ ୬ ଟି   ସ୍ମାର୍ଟଫୋନରେ ୬.୪ ଇଞ୍ଚର ଆପକ୍ଟିକ ଏମୋଲେଡ୍ ଫୁଲ ଏଚ୍ଡି ଡିସପ୍ଲେ ଥିବା ସଙ୍ଗେ ସଙ୍ଗେ ୟୁଜର୍ସ ମାନଙ୍କ ପାଇଁ ବାୟୋମେଟ୍ରିକ ସେନସିଙ୍ଗ୍ ଟେକନୋଲୋଜି ମଧ୍ୟ ରହିଛି । ଏହି ଫୋନରେ ଏକ ନୁଆ ଡିସପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର ରହିଛି ଯାହା ମୋବାଇଲର ସ୍କ୍ରିନକୁ ଲକ୍ ଏବଂ ଅନଲକ କରିବା ପାଇଁ କାର୍ଯ୍ୟକରିବ । ୱାନପ୍ଲସ୍ ୬   ଫୋନରେ ଡୁଆଲ କ୍ୟାମେରା ଏବଂ ଡୁଆଲ ସେନସର ସେଟଅପ ଥିଲା କିନ୍ତୁ ୱାନପ୍ଲସ୍ ୬ ଟି   ଫୋନରେ ଡୁଆଲ କ୍ୟାମେରା ଏବଂ ଟ୍ରିପଲ ସେନସର ସେଟଅପ୍ ରହିବା ସହିତ ବ୍ୟାକ କ୍ୟାମେରା ୧୬+୨୦ ମେଗାପିକ୍ସେଲ ଥିବାବେଳେ ଫ୍ରଣ୍ଟ କ୍ୟାମେରାକୁ ମଧ୍ୟ ୧୬ ମେଗାପିକ୍ସେଲ ରଖାଯାଇଛି । ଏହି ଫୋନରେ ସ୍ନାପଡ୍ରାଗନ ୮୪୫ ପ୍ରୋସେସର ରହିବ । ଫୋନର ବ୍ୟାଟେରୀ ୩୭୦୦ ଏମ୍ଏଏଚ୍ ରହିଛି ଯାହା ପାଖାପାଖି ୯ ରୁ ୧୦ ଘଣ୍ଟା ବ୍ୟାକଅପ ଦେଇଥାଏ । ଫୋନର ରାମ୍ ୬ ଜିବି ଥିବାବେଳେ ଇଣ୍ଟରନାଲ ମେମୋରୀକୁ ୬୪ ଜିବି ରଖାଯାଇଛି ।

ୱାନପ୍ଲସ୍ ୬ ଟି   ସ୍ମାର୍ଟଫୋନ ଲଞ୍ଚକରିବା ସଙ୍ଗେ ସଙ୍ଗେ କମ୍ପାନୀ ଏକ ନୁଆ ବୁଲେଟ ଏୟାରଫୋନ ଲଞ୍ଚ କରୁଛି ଯାହା ଟାଇପ୍ ସି  ଜ୍ୟାକ ସହିତ ଆସିବ । ଏବେର ମ୍ୟୁଜିକ ସିଷ୍ଟମକୁ ଆଖିଆଗରେ ରଖି କମ୍ପାନୀ ଏପରି ଅଡିଓ ଜ୍ୟାକ ପ୍ରସ୍ତୁତ କରିଛି ଯାହା ୟୁଜର୍ସ ମାନଙ୍କୁ ଡଲବି ଅଡିଓ ଶୁଣିବାର ଆନନ୍ଦ ଦେଇପାରିବ । ୱାନପ୍ଲସ୍ ୬ ଟି  ଫୋନ ମଧ୍ୟ ଅଡିଓ ଏକ୍ସପିରିଏନ୍ସ ଏବଂ ଫୋନର ବ୍ୟାଟେରୀ ଲାଇଫକୁ ଖୁବ୍ ଭଲ ଭାବରେ ପ୍ରସ୍ତୁତ କରିଛି । ସେଥିପାଇଁ ୩.୫ ଏମ୍.ଏମ୍.ଅଡିଓ ଜ୍ୟାକକୁ ଫୋନରୁ ହଟାଇ ଦିଆଯାଇ ଟାଇପ ସି ଜ୍ୟାକ ଇନ୍ଷ୍ଟଲ କରାଯାଇଛି । ଅଡିଓ ଜ୍ୟାକ ହଟାଯାଇଥିବା ଖାଲିଯାଗାକୁ ପୁରଣ କରିବାପାଇଁ ଫୋନର ବ୍ୟାଟେରୀକୁ ଆଉଟିକେ ବଡ କରି ବ୍ୟବହାର କରାଯାଇଛି । ଯେଉଁଥିପାଇଁ ଫୋନର ବ୍ୟାଟେରୀ ବ୍ୟକଅପ୍ ସମୟ ମଧ୍ୟ ଅଧିକ ରହିଛି ।

Loading...