ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ

ମାଲାକନଗିରି, (ଓଡିଶା ଟାଇମ୍) :ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୋଲିସ- ନକ୍ସଲ ଗୁଳି ବିନିମୟ । ଏନକାଉଣ୍ଟରରେ ଜଣେ ନକ୍ସଲ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି ।

ବାସାଗୁଡା ଥାନା ଅନ୍ତର୍ଗତ ଗୋଲକୁଣ୍ଡା ଜଙ୍ଗଲରେ ସିଆରପିଏଫ ର କୋବ୍ରା ବାଟାଲିଆନ ଏବଂ ଡିଆରଜି ବାହିନୀ ମିଳିତ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ହେଲେ ଯବାନଙ୍କୁ ଦେଖି ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ । ଯେଉଁଥିରେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ମାଓବାଦୀ ପ୍ରାଣ ହରାଇଛି । ଘଟଣା ସ୍ଥଳରୁ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ଯବାନ । ଏବେ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଛି ।

Leave a Reply