ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ

କଟକ, (ଓଡିଶା ଟାଇମ୍) :  ଓଡିଶା ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ହାଇକୋର୍ଟର ନୂଆ ଓ ପୁରୁଣା ବିଲ୍ଡିକୁ ବନ୍ଦ କରିଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟର ନୂଆ ଓ ପୁରୁଣା ବିଲ୍ଡିଂକୁ ବନ୍ଦ କରିଦିଆଯାଇଛି । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯିବ । ହାଇକୋର୍ଟର ନୂଆ ଓ ପୁରୁଣା ବିଲ୍ଡିଂକୁ ଆଜି ସାନିଟାଇଜ୍ କରାଯାଉଛି । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର୍ ସୂଚନା ଦେଇଛନ୍ତି ।

ସଂକ୍ରମିତ ଚିହ୍ନଟ  ପରେ ହାଇକୋର୍ଟ ପରିସରକୁ ଆଜି ସମ୍ପୂର୍ଣ୍ଣ ଭାବେ ବିଶୋଧିତ କରାଯାଇଛି । ଆଜି ହାଇକୋର୍ଟର ଉଭୟ ନୂଆ ଏବଂ ପୁରୁଣା ବିଲ୍ଡିଂକୁ ବିଶୋଧନ କରାଯାଇଛି । ଗତ କିଛି ଦିନ ଭିତରେ କଟକ ଜିଲ୍ଲା ଏବଂ କଟକ ମହାନଗର ଅଞ୍ଚଳରେ  କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦୃତ ବେଗରେ ବୃଦ୍ଧି ପାଇଛି । ସେହି କାରଣରୁ ଆସନ୍ତା ୮ ତାରିଖ ଯାଏ କଟକ ସହରକୁ ସର୍ଟଡାଉନ ରଖାଯାଇଛି ।

Leave a Reply