ଓଇଆରସି ରାୟକୁ କାଏମ୍‌ ରଖିଲେ ସୁପ୍ରିମକୋର୍ଟ: ରିଲାଏନ୍ସ ଇନ୍‌ଫ୍ରାକୁ ଝଟକା

0
128
advertisement

ଭୁବନେଶ୍ୱର,(ଓଟି):  ସୁପ୍ରିମକୋର୍ଟରୁ ରିଲାଏନ୍ସ ଇନ୍‌ଫ୍ରାକୁ  ବଡ଼ ଝଟକା ମିଳିଛି। ରିଲିଏନ୍ସ ଇନଫ୍ରା ଦ୍ୱାରା ପରିଚାଳିତ ୩ଟି ବିଦ୍ୟୁତ ବିତରଣ କମ୍ପାନୀ ଲାଇସେନ୍ସ ପ୍ରତ୍ୟାହାର ମାମଲାରେ ସୁପ୍ରିମକୋର୍ଟ ଓଇଆରସିର ରାୟକୁ କାଏମ ରଖିଛନ୍ତି । ୨୦୧୫ ମାର୍ଚ୍ଚ ୪ ତାରିଖରେ ରିଲିଏନ୍ସ ଇନଫ୍ରା ଦ୍ୱାରା ପରିଚାଳିତ ନେସକୋ, ୱେସକୋ ଓ ସାଉଥ୍‌କୋ କମ୍ପାନୀର ଲାଇସେନ୍ସ ଓଇଆରସି ପ୍ରତ୍ୟାହାର କରି ନେଇଥିଲା। ସେହି ସ୍ଥାନରେ ଗ୍ରୀଡକୋ ସିଏମଡିଙ୍କୁ ୩ଟି କମ୍ପାନୀର ପ୍ରଶାସକ ଭାବେ ନିଯୁକ୍ତ ମିଳିଥିଲା। ବିଦ୍ୟୁତ୍ ଆଇନ ୧୯ ଅନୁଯାୟୀ ଏହି ୩ଟି କମ୍ପାନୀର ପ୍ରଦର୍ଶନ ଖରାପ ଥିବାରୁ ଲାଇସେନ୍ସ ପ୍ରତ୍ୟାହାର କରି ନିଆଯାଇଥିଲା। ଓଇଆରସିକୁ ଚ୍ୟାଲେଞ୍ଜ କରି ଏହି କମ୍ପାନୀଗୁଡିକ ବିଦ୍ୟୁତ୍ ଆପିଲେଟ ଟ୍ରିବ୍ୟୁନାଲରେ ଆବେଦନ କରିଥିଲେ। ହେଲେ ବିଦ୍ୟୁତ୍ ଆପିଲେଟ ଟ୍ରିବ୍ୟୁନାଲ ଓଇଆରସି ଆବେଦନକୁ କାଏମ ରଖିଥିଲେ। ଶେଷରେ ସୁପ୍ରିମକୋର୍ଟ ଏହି ୩ଟି କମ୍ପାନୀର ଆବେଦନକୁ ଖାରଜ କରିଛନ୍ତି।