ତିତ୍‌ଲି ପ୍ରଭାବ : ଚିଲିକାରେ ଖୋଲିଲା ଆଉଏକ ମୁହାଣ

0
78

ଭୁବନେଶ୍ୱର,(ଓଟି): ତିତ୍‌ଲି ପ୍ରଭାବରେ ଚିଲିକା ମଧ୍ୟ ଅଶାନ୍ତ ହୋଇ ପଡିଛି। ଆଜି ଏହା ସ୍ଥଳଭାଗ ଛୁଇଁ ଥିବାବେଳେ ଚିଲିକାରେ ପ୍ରାକୃତିକ ମୁହାଣ ଖୋଲିଯାଇଛି। ଏହି ମୁହାଣ ଦ୍ୱାରା ପ୍ରାୟ ୧୫ଟି ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି।

ମୁହାଣକୁ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ପାଣି ପଶିଲେ କଚ୍ଚା ଘର ଭାଂଗିଯିବାର ସମ୍ଭାବନା ରହିଛି। ବର୍ତମାନ ୨ଟି ଗାଁରେ ପାଣି ଯାଇଥିବା ବେଳେ ସେଠାରେ ଥିବା ପ୍ରାୟ ଏକ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଚିଲିକା ଉନ୍ନୟନ ପ୍ରାଧିକରଣର ସିଇଓ ସୁଶାନ୍ତ ନନ୍ଦ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ତିତ୍‌ଲି ବାତ୍ୟା ପ୍ରଭାବରେ ସମୁଦ୍ରରେ ଶକ୍ତିଶାଳୀ ଜୁଆର ଆସିବା ଯୋଗୁ ନୂଆପାଟଣାର ବିପରୀତ ପାଶ୍ୱର୍ରେ ଏକ ନୂଆ ମୁହାଣ ଖୋଲିଛି।

ଏହାକୁ ନେଇ ଭୟଭୀତ ହେବାର କାରଣ ନାହିଁ ଓ ତିତଲିର ପ୍ରଭାବ ହ୍ରାସ ସହ ସମୁଦ୍ର ଶାନ୍ତ ପଡ଼ିଲେ ଏହି ପାଣି ହ୍ରାସ ପାଇବ ବୋଲି ଶ୍ରୀ ନନ୍ଦ କହିଛନ୍ତି। ଗତ କିଛି ସପ୍ତାହ ପୂର୍ବରୁ ଚିଲିକାରେ ଅରଖକୁଦ ନିକଟରେ ଏକ ମୁହାଣ ଖୋଲିଥିଲା।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ ଏହି ନୂଆ ମୁହାଣ ଯୋଗୁ ୧୫ଟି ଗାଁ ପାଇଁ ବିପଦ ଦେଖାଦେଇଛି। କିଛି ଗାଁରେ ପାଣି ପଶିଥିବାବେଳେ କିଛି ଲୋକଙ୍କ ଘରେ ପାଣି ପଶିଛି। ତିତଲି ପ୍ରଭାବରେ ଲଗାଣ ବର୍ଷା ହେବା ସହ ସମୁଦ୍ର ଜୁଆରିଆ ଓ ଅଶାନ୍ତ ରହିଛି ।ଏହାର ପ୍ରଭାବରେ ଏହି ନୂଆ ମୁହାଣ ଖୋଲିଛି। ସମୁଦ୍ର ଅଶାନ୍ତ ଥିବାରୁ ଜୁଆର ଛାଡ଼ିବାକୁ ସମୟ ଲାଗିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Loading...