କେନ୍ଦ୍ର ସରକାର ଅଡେଇ ଟଙ୍କା କମାଇଲେ ଆପେ ଆପେ ୬୫ ପଇସା କମିବ

0
156

ଭୁବନେଶ୍ୱର,(ଓଟି): ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୨ଟଙ୍କା ୫୦ ପଇସା ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି। ଏହା ପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ସରକାରଙ୍କୁ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିବାକୁ ଅପିଲ କରିଥିଲେ। ତେବେ ଏହାକୁ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଶ୍ରୀ ବେହେରା କହିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ କରିଥିବା ଅପିଲକୁ ଅନୁଧ୍ୟାନ କରି ତର୍ଜମା କରାଯିବ। ଏହା ପରେ ହିଁ ନିଷ୍ପତି ନିଆଯିବ। କେନ୍ଦ୍ର ସରକାର ଅଡେଇ ଟଙ୍କା କମାଇଲେ ଆପେ ଆପେ ୬୫ ପଇସା କମିବ ବୋଲି ସେ ଯୁକ୍ତି ବାଢିଛନ୍ତି। ସୂଚନାଯୋଗ୍ୟ କି, କେନ୍ଦ୍ର ତୈଳଦର ହ୍ରାସ କରିବା ପରେ ବିଭିନ୍ନ ରାଜ୍ୟ ଯଥା ମହାରାଷ୍ଟ୍ର, ଗୁଜୁରାତ, ଉତରପ୍ରଦେଶ, ଝାଡଖଣ୍ଡ, ତ୍ରିପୁରା ଏବଂ ଛତିଶଗଡ ସରକାର କମାଇ ସାରିଛନ୍ତି।

Share
Loading...