ବିଜୁଙ୍କ ସଭାରେ ଖଣ୍ଡା ବୁଲାଉଥିବା ବ୍ୟକ୍ତି ଏବେ ବିଜେଡିର କାର୍ପଟଦାର : ଦାମ 

0
229

ଭୁବନେଶ୍ୱର,(ଓଟି): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସଭାରେ ଖଣ୍ଡା ବୁଲାଉଥିବା ବ୍ୟକ୍ତି ବର୍ତ୍ତମାନ ବିଜେଡି ଦଳର କାର୍ପଟଦାର ହୋଇଛନ୍ତି। ସେହିବ୍ୟକ୍ତି ଜଣକ ହେଉଛନ୍ତି କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ। ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବସନ୍ତ ବିଶ୍ୱାଳଙ୍କ ମାମୁଁ ପୁଅ ଭାଇ ବୋଲି କହି ବିଧାୟକ ଶ୍ରୀ ସାମନ୍ତରାୟ ବିଜୁ ବାବୁଙ୍କ ସଭାରେ ଭୟ ସୃଷ୍ଟି କରିବାପାଇଁ ଖଣ୍ଡା ବୁଲାଉଥିଲେ। ମାତ୍ର ଏବେ ମୁଖ୍ୟମନ୍ତ୍ରୀଙ୍କ ଖାସ‌୍‍ ଲୋକ ବୋଲି କହି ଚାଲିଛନ୍ତି।

କଟକ ସହର ବର୍ତ୍ତମାନ ଗୁଣ୍ଡାମାନଙ୍କ ସହର ପାଲଟିଛି । ଏହା ପଛରେ ତାଙ୍କ ହାତ ରହିଛି। ଆଗାମୀ ଦିନରେ ଲୋକେ ଭୋଟ‌୍‍ ମାଧ୍ୟମରେ ଠିକଣା ଜବାବ‌୍‍ ଦେବେ ବୋଲି ବିଜେଡିରୁ ନିକଟରେ ବହିଷ୍କୃତ ହୋଇଥିବା ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ ପ୍ରକାଶ କରିଛନ୍ତି।

ବିଜୁ ବାବୁଙ୍କ ପୈତୃକ ବାସଭବନ ଆନନ୍ଦ ଭବନ ଗସ୍ତ କରିବା ସମୟରେ ଡା. ରାଉତ ଏହା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଧାୟକ ଦେବାଶିଷ ସାମନ୍ତରାୟ ବହୁ ଘଟଣାରେ ସମ୍ପୃକ୍ତ ଅଛନ୍ତି। କୁଜଙ୍ଗ ବାଣ ବିସ‍୍‌ଫୋରଣ ଘଟଣା,ଲାଂଜିଗଡ ଓ କଳିଙ୍ଗନଗର ଠାରେ ଘଟିଥିବା ହିଂସା ଘଟଣାରେ ତାଙ୍କର ସମ୍ପୃକ୍ତ ରହିଛି।

Loading...