ଏବେ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ବ

0
49

ଭୁବନେଶ୍ୱର,(ଓଟି): ତିତ୍‌ଲିର ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ। ବୈଠକ ପରେ ମୁଖ୍ୟଶାସନ ସଚିବ କହିଛନ୍ତି ଯେ ଗଜପତି ଜିଲ୍ଲାରେ ତୁରନ୍ତ ପୁନରୁଦ୍ଧାର କର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଗଜପତି ଜିଲ୍ଲାକୁ ୨ଟି ଅଧିକ ଏନଡିଆରଏଫ ଟିମ ପଠାଇଲେ ରାଜ୍ୟ ସରକାର। ପୂର୍ବରୁ ନିୟୋଜିତ ଥିବା ଓଡ୍ରାଫ ଓ ଏନଡିଆରଏଫ ଟିମ କାର୍ଯ୍ୟ କରିଛନ୍ତି। ୧୧୧୨ଟି ଆଶ୍ରୟସ୍ଥଳରେ ୩ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଥିବା ଜିଲ୍ଲାରେ ତୁରନ୍ତ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଜପତି ଜିଲ୍ଲା ସର୍ବାଧିକ କ୍ଷୟକ୍ଷତି ହୋଇଛି।

ତେବେ କୈଣସି ମୃତାହତ ଖବର ଆସିନାହିଁ। ଗଜପତି ଜିଲ୍ଲାରେ ଟେଲିକମୁନିକେଷନ ବ୍ୟାହତ ହୋଇଥିଲା, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସମାଧାନ ହୋଇଛି। ଏହାସହ ବିଭିନ୍ନ ଜିଲ୍ଲାରେ ୩ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି। ଗଜପତି ଜିଲ୍ଲାରେ ରାସ୍ତା ଉପରେ ପଡିଥିବା ଗଛକୁ ସଫା କରାଯାଇଛି। ବଂଶଧରା ନଦୀର ଜଳ ସ୍ତର ବଢିବାର ସମ୍ଭାବନା ରହିଛି।

ବାତ୍ୟା ପ୍ରଭାବରେ ଏବେ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଆଗକୁ ବନ୍ୟା ସ୍ଥିତି ଉପୁଜିପାରେ। କୋମୋନା ବ୍ଲକରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ହୋଇଛି। ଜଗତସିଂହପୁର ଓ ଗଞ୍ଜାମରେ ୨୦୦ ମିଲିମିଟରରୁ ଉର୍ଦ୍ଧ୍ବ ବର୍ଷା ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ। ଏଥିସହିତ ଓଡ୍ରାଫ ଟିମ ଏବେ ବିଭିନ୍ନ ସ୍ଥାନରେ ଭାଙ୍ଗିପଡିଥିବା ଗଛ କାଟି ରାସ୍ତା ସଫାକରିଛନ୍ତି । ଓଡ୍ରାଫ ଟିମ ବାତ୍ୟା ସମୟରେ ଏକ କିଛି ମତ୍ସଜୀବୀଙ୍କୁ ସମୁଦ୍ରରୁ ଉଦ୍ଧାର କରିଛି।

Loading...