୨.୦ ପାଇଁ ଆଉ ଏକ ନୂଆ ସମସ୍ୟା: ସିନେପ୍ରେମୀ ନିରାଶ

0
3

ବିଗ‌୍‍ ବଜେଟ‌୍‍ରେ ପ୍ରସ୍ତୁତ ହେଉଥିବା ‘୨.୦’ ପାଇଁ ସିନେପ୍ରେମୀଙ୍କ ଉତ୍ସାହ ଦିନକୁ ଦିନ ବଢ଼ି ଚାଲିଛି। ସେହି ଅନୁସାରେ ଫିଲ୍ମ ରିଲିଜ‌୍‍ ହେବା କ୍ଷେତ୍ରରେ ସମସ୍ୟା ମଧ୍ୟ ବଢ଼ିଚାଲିଛି। ନିକଟରେ ପ୍ରକାଶ ଆଉ ଏକ ଖବର ସିନେପ୍ରେମୀଙ୍କୁ ନିରାଶ କରିଛି। ସୁପର‌୍‍ଷ୍ଟାର‌୍‍ ରାଜନୀକାନ୍ତ, ଆକ୍ସନ‌୍‍ କିଙ୍ଗ‌୍‍ ଅକ୍ଷୟ କୁମାର ଓ ଏମି ଜାକ‌୍‍ସନ‌୍‍ଙ୍କ ଅଭିନୀତ ‘୨.୦’ର ରିଲିଜ‌୍‍ ଡେଟ‌୍‍କୁ ଆଗାମୀ ଦୀପାବଳି ପର୍ଯ୍ୟନ୍ତି ସ୍ଥଗିତ କରାଯାଇଛି।

ଫିଲ୍ମର ସ୍ପେଶାଲ‌୍‍ ଇଫେକ୍ଟଯୁକ୍ତ ଦୃଶ୍ୟଗୁଡ଼ିକରେ ଆହୁରି ଅନେକ କାମ ବାକି ଅଛି ବୋଲି ଏଡିଟିଙ୍ଗ‌୍‍ ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ତେଣୁ ପୁଣିଥରେ ଦର୍ଶକଙ୍କୁ ଦୀପାବଳି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ସୂଚନାଯୋଗ୍ୟ ୨୦୧୭ ଦୀପାବଳିରେ ଏହି ଫିଲ୍ମ ମୁକ୍ତିଲାଭ କରିବା ପାଇଁ ଯୋଜନା ରହିଥିଲା। କିନ୍ତୁ ବିଭିନ୍ନ ସସମ୍ୟା ଦେଇ ଗତି କରୁଥିବା ଏହି ଫିଲ୍ମ ଏବେ ୨୦୧୮ ଦୀପାବଳିରେ ମୁକ୍ତିଲାଭ ହେବ ବୋଲି ଆଶା କରାଯାଉଛି। ଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଏ. ଆର‌୍‍. ରେହେମାନ‌୍‍ ମ୍ୟୁଜିକ‌୍‍ ଦେଇଛନ୍ତି। ରିଲିଜ‌୍‍ ଡେଟ‌୍‍ ସମସ୍ୟା ପାଇଁ ଥରକୁ ଥର ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଲେ ମଧ୍ୟ ତାଙ୍କ ପ୍ରିୟ କଳାକାରଙ୍କୁ ଦେଖିବା ପାଇଁ ପ୍ରଶଂସକମାନେ ଧୈର୍ଯ୍ୟର ସହିତ ଅପେକ୍ଷା କରିଛନ୍ତି।

ପ୍ରସ୍ତୁତି: ଦିପ୍ତିମୟୀ ମହାପାତ୍ର