ଆଜି ସନ୍ଧ୍ୟାରେ ବିପିୟୁଟି ଶେଷବର୍ଷ ପରୀକ୍ଷାଫଳ

0
17

ଭୁବନେଶ୍ୱର, (ଓଟି): ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏମ୍‍ବିଏ, ଏମ୍‍ସିଏ, ଏମ୍‍ଏସ୍‍ସି, ଏମ୍‍ ପ୍ଲାନ୍‍, ବତଟେକ୍‍, ବିଫାର୍ମା, ବି ଆର୍କିଟେକ୍‍ଚର, ଏବଂ ଏମ୍‍ବିଏ ପାର୍ଟ ଟାଇମ୍‍, ଏମ୍‍ଏଏମ୍‍ ତୃତୀୟ ବର୍ଷ ଏବଂ ଏମ୍‍ଏସ୍‍ସି ଇଣ୍ଟିଗ୍ରେଟେଡ ଓ ବିପ୍ଲାନ୍‍ ୪ର୍ଥ ବର୍ଷ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ । ସନ୍‍ଦ୍ୟା ୫ଟା ପରେ ବିଜୁପଟ୍ଟନାୟକ ବିଶ୍ୱବିଦ୍ୟାଳୟର ୱେବ୍‍ସାଇଟ୍‍ରେ ଏହି ପରୀକ୍ଷାଫଳ ସମ୍ପୃକ୍ତ କଲେଜ୍‍ କର୍ତ୍ତୃପକ୍ଷ ଡାଉନ୍‍ଲୋଡ୍‍ କରିପାରିବେ । ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ନିଜର ପରୀକ୍ଷାଫଳ ଡାଉନ୍‍ଲୋଡ୍‍ କରିପାରିବେ ।

ସମସ୍ତ ବିଷୟର ବ୍ୟାକ୍‍ ଏବଂ ଫାଇନାଲ୍‍ ପରୀକ୍ଷା ଏକ ସମୟରେ ପ୍ରକାଶ ହେବା ବିପିୟୁଟି ପାଇଁ ସ୍ୱତନ୍ତ୍ର ମହତ୍ତ୍‍ବ ରଖେ । କାରଣ ଏହା ପୂର୍ବରୁ ଏକସଙ୍ଗେ ସବୁ ପରୀକ୍ଷାଫଳ ସମସ୍ତ ପାଠ୍ୟକ୍ରମ ପାଇଁ ପ୍ରକାଶ ପାଇବା କ୍ୱଚିତ ହୋଇଥିଲା । ଏହାଦ୍ୱାରା ବିପିୟୁଟିର ପରୀକ୍ଷାର୍ଥୀ ଏବେ ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ଆଉ ସମୟ ନଷ୍ଟ ନକରି ସେମାନଙ୍କ ପରୀକ୍ଷାଫଳ ଏବଂ ମାର୍କଶିଟ୍‍ ମଧ୍ୟ ପାଇପାରିବେ । ଠିକଣା ସମୟରେ ତୁରନ୍ତ ପ୍ରମାଣପତ୍ର ପ୍ରଦାନ ପାଇର୍ ମଧ୍ୟ ବିପିୟୁଟି ପକ୍ଷରୁ ଯୋଜନା କରାଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
୨୦୧୭-୧୮ରେ ପରୀକ୍ଷା ହୋଇଥିବା ସମସ୍ତ୧୬ଟି ପାଠ୍ୟକ୍ରମରେ ସମୁଦାୟ ୧ଲକ୍ଷ ୨ହଜାର ୯୮୫ଜଣ ପରୀକ୍ଷା ଦେଇଥିଲେ ।

Loading...