ଦୁର୍ନୀତିର 21ବର୍ଷ ପରେ ଆଇଏଏସ୍‌ ଅଧିକାରୀ ବିନୋଦ କୁମାର ବରଖାସ୍ତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଦୀର୍ଘ ୨୨ ବର୍ଷ ତଳର ମାମଲା। ଶେଷଥର ପାଇଁ ମିଡିଆ ଚର୍ଚାକୁ ୨୦୧୮ ମସିହାରେ ଆସିଥିଲା, ଯେତେବେଳେ ତାଙ୍କୁ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ଏବେ ସେହି ଜେଲଦଣ୍ଡାଦେଶ ଅବଧି ପ୍ରାୟ ସରିବା ପରେ ରାଜ୍ୟ ସରକାର ପୁଣିଥରେ ଚର୍ଚାକୁ ଆଣିଛନ୍ତି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ବେଳେ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ଆଇଏଏସ୍‌ ଅଧିକାରୀ ବିନୋଦ କୁମାରଙ୍କୁ।  ୧୯୮୯-ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ଚାକିରିରୁ ବହିଷ୍କାର କରିଛନ୍ତି। ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତିର ଏହା ଆଉ ଏକ ପ୍ରମାଣ ବୋଲି ପ୍ରଦର୍ଶନ କରିଛନ୍ତି।

୧୯୯୯ ମହାବାତ୍ୟା ପରେ ରାଜ୍ୟରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କ ଅର୍ଥକୁ ଚଞ୍ଚକତା କରିଥିବା ନେଇ ତାଙ୍କ ନାଁରେ ଅଭିଯୋଗ ଆସିଥିଲା। ୩୩ କୋଟି ୩୪ ଲକ୍ଷ ଟଙ୍କା ରାଜ୍ୟ ରାଜକୋଷରୁ ହଡ଼ପ ହୋଇଥିବା ଦର୍ଶାଯାଇଥିଲା। ଭିଜିଲ୍ଲାନ୍ସ ଏହାର ତନ୍ତ କରିଦ ୨୧ଟି ମାମଲା ତାଙ୍କ ବିରୁଦ୍ଧରେ ଖଞ୍ଜିଥିଲା।   ସେତେବେଳ ଓଡ଼ିଶାରେ ରାଜନୀତିକ ପଟ୍ଟ ପରିବର୍ତ୍ତନ ହୋଇ ଶାସନ ମଙ୍ଗ ଧରିଥିଲେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତାଦଳ। ଆଜିକୁ ୨୨ ବର୍ଷ ହେଲା ଏହି ଦଳ ଗୋଟିଏ ନେତୃତ୍ୱରେ ଶାସନ କରି ଆସୁଛି। ଆଉ ବିନୋଦ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ଦଣ୍ଡ ଭୋଗିଛନ୍ତି। ନିୟମ ଅନୁସାରେ ତାଙ୍କ ଚାକିରି ଆଉ ଅଳ୍ପ କିଛିମାସ ବାକିଥାଇପାରେ ହେଲେ ଆଜି ପୁଣି ସେହି ବିନୋଦ କୁମାରଙ୍କୁ ନେଇ ଦୁର୍ନୀତି ବିରୋଧୀ ଅଭିଯାନର ପ୍ରମାଣ ଦେବା ବିଷୟ ରାଜନୀତିକ ଅଭିସନ୍ଧିକୁ ସ୍ପଷ୍ଟ କରୁଛି।

Leave a Reply

Your email address will not be published.