କୋଭିଡ୍ ଟିକାକରଣ ପାଇଁ ଗାଇଡ୍‌ଲାଇନ୍ସ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍) : ଜାନୁଆରୀ ୧୬ ତାରିଖରେ କୋଭିଡ୍ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍ସ ଜାରି କରିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ୍ସ ଅନୁସାରେ, ଭାଏଲ୍‌ ଖୋଲିବାର ୪ ଘଣ୍ଟା ମଧ୍ୟରେ ଏହାର ବ୍ୟବହାର ଜରୁରୀ। ଭାଏଲ୍‌ରେ ଉତ୍ପାଦନର ଦିନ ଲେଖାଯାଇଛି। କିନ୍ତୁ ଏକ୍ସପାଏରି ଡେଟ୍ ଲେଖା ଯାଇନାହିଁ। ଉତ୍ପାଦନର ୬ ମାସ ଯାଏ ଦୁଇ କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍ ଭାଲିଡିଟି ରହିବ। ରାଜ୍ୟକୁ ଏହି ଦୁଇଟି ଯାକ ଟିକା ଆସିଛି।

କୋଭିସିଲ୍ଡ ଭାଏଲ ୧୦ ଡୋଜ୍ ବିଶିଷ୍ଟ ହୋଇଥିବା ବେଳେ କୋଭାକ୍ସିନ ଭାଏଲ ୨୦ ଡୋଜ୍ ବିଶିଷ୍ଟ। ଯେତେ ଟିକା ଆସିଛି, ତାର ୫୦ ପ୍ରତିଶତ ପ୍ରଥମ ଡୋଜ୍ ଭାବେ ବ୍ୟବହାର ହେବ। ବାକି ୫୦ ପ୍ରତିଶତ ଦ୍ୱିତୀୟ ଡୋଜ୍ ଭାବେ ବ୍ୟବହାର କରାଯିବ। ସମସ୍ତ ଲୋକ ଏକ ନିର୍ଦ୍ଦିଷ୍ଟ ଟିକା ହିଁ ନେବେ। ଏହାକୁ ବଦଳ କରାଯାଇ ପାରିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ଗାଇଡ୍‌ଲାଇନ୍ସରେ ଦର୍ଶାଇଛି। ଏ ସଂପର୍କରେ ସବୁ ଜିଲ୍ଲାପାଳ ଓ ମହାନଗର ନିଗମକୁ ମଧ୍ୟ ଚିଠି ଲେଖାଯାଇଛି।

Leave a Reply

Your email address will not be published.