ପେନ୍‌ସନ୍ ପାଇଁ ଆଧାର ଯାଂଚ ବାଧ୍ୟତାମୂଳକ କରିବା ଘଟଣାରେ ୧୧ଲକ୍ଷରୁ ଅଧିକ ପେନ୍‌ସନ୍‌ଭୋଗୀ ଲାଭ ହରାଇ ପାରନ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍)): ଖାଦ୍ଯ ଅଧିକାର ଅଭିଯାନ ଓଡ଼ିଶା, ଯେଉଁମାନଙ୍କର ଆକାଂଉଟ “ଆଧାର ସହ ଯାଂଚ ହୋଇ ସଂଯୋଜିତ ହୋଇଛି” ଏବଂ ଯେଉଁମାନେ ପରିଚୟ ପ୍ରମାଣ ଭାବରେ ‘ଆଧାର କାର୍ଡ଼’ ଦେଖାଇ ପାରିବେ ସେମାନଙ୍କ ପାଇଁ ପେନ୍‌ସନ୍ ଦେୟ ଉପଲବ୍‌ଧ ହେବ ଏବଂ ଅନ୍ୟମାନଙ୍କ ପାଇଁ ପେନ୍‌ସନ୍ ଦେୟ ଉପରେ ପ୍ରତିବନ୍ଧକ ଲାଗିବା ଭଳି ଓଡ଼ିଶା ସରକାରଙ୍କ ନିଷ୍ପତିକୁ ଆମ୍ଭେ ଦୃଢ଼ ନିନ୍ଦା କରୁଛୁ । ଏହାର ପରିଣାମ ସ୍ୱରୂପ, ୧୧ଲକ୍ଷରୁ ଅଧିକ ବ୍ୟକ୍ତି ‘ଆଧାର ଯାଂଚ’ ଅଭାବ ହେତୁ ସେମାନଙ୍କର ସୁବିଧା ହରାଇ ପାରନ୍ତି । ଏହା ଏପରି ଏକ ପ୍ରକ୍ରିୟା ଯାହାକି ଅପରିଣାମଦର୍ଶିତାର ଏକ ସୂକ୍ଷ୍ମ ପରିଚୟ । ୪୬ ବର୍ଷିୟ ଦୁଃଖୀ ଯାନୀଙ୍କ ଅନାହାର ଜନିତ ଦୁଃଖଦ ମୃତ୍ୟୁର ଏଳମାସ ପରେ ଏହି ପଦକ୍ଷେପ ନିଆଯାଇଛି, ଯେଉଁଥିରେ ଜଣେ ଆଦିବାସୀ ବିଧବା ଯିଏକି ପେନ୍‌ସନ୍ ଓ ରାସନ ତାଲିକାରୁ ବାଦ୍ ପଡ଼ିଥିଲେ, କାରଣ ତାଙ୍କର ଆଧାର ନମ୍ବର ପେନ୍‌ସନ୍ ଓ ରାସନ କାର୍ଡ଼ ସହ ସଂଯୋଜିତ ହୋଇନଥିଲା ।

ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‌.ଏସ୍‌.ଏସ୍‌.ପି.) ଏବଂ ମଧୁ ବାବୁ ପେନ୍‌ସନ୍ ଯୋଜନା (ଏମ୍‌.ବି.ପି.ୱାଇ.) ହେଉଛି ସାମାଜିକ ସୁରକ୍ଷା କ୍ଷେତ୍ର ଯାହାକି ଦାରିଦ୍ର‌୍ୟତା ଭିତରେ ଜୀବନ ବିତାଉଥିବା ବୃଦ୍ଧ/ବୃଦ୍ଧା, ଭିନ୍ନକ୍ଷମ, ବିଧବା ଏବଂ ଟ୍ରାନ୍ସଜେଣ୍ଡରମାନେ ଯଥାକ୍ରମେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ମାସିକ ପେନ୍‌ସନ୍ ଦେୟ ୫୦୦ଟଙ୍କା ପାଇ ଥାଆନ୍ତି । ଠିକ୍‌ସେହିପରି ୮୦ବର୍ଷ ବୟସ ଅତିକ୍ରମ ହୋଇଥିଲେ ମାସିକ ପେନ୍‌ସନ୍ ଦେୟ ୭୦୦ଟଙ୍କା ପାଇଥାଆନ୍ତି । ଏହି ଅଳ୍ପ ପରିମାଣର ଆର୍ଥିକ ରାଶି ପ୍ରାୟତଃ ଏହି ବ୍ୟକ୍ତିମାନଙ୍କ ପାଇଁ ଏକ ଲାଇଫ୍ ଲାଇନ୍ ବା ଜିବୀକାର ଏକ ଆଧାର ଅଟେ ଏବଂ ପ୍ରାୟ ୪୯ଲକ୍ଷ ବ୍ୟକ୍ତି ଏହି ଦୁଇଟି ଯୋଜନା ଅଧିନରେ ହିତାଧିକାରୀ ଅଛନ୍ତି । ଓଡ଼ିଶାରେ ପେନ୍‌ସନ୍ ଯୋଜନାରେ ବ୍ୟାପକ ହିତାଧିକାରୀଙ୍କୁ ସାମିଲ କରିବା ଏବଂ ଲୋକ ଅନୁକୁଳ ମାସିକ ଦେୟ ପ୍ରଦାନ କରିବା ପାଇଁ ପ୍ରଶଂସନୀୟ ।

ଜୁଲାଇ ୨୦୨୦ରେ, ଓଡ଼ିଶା ସରକାର “ଥରକ ପାଇଁ” ପ୍ରାପ୍ତ ପରିମାଣକୁ ବୃଦ୍ଧିକରି ୧୦୦୦ଟଙ୍କା ଦେୟ ଘୋଷଣା କରିଥିଲେ । ମାତ୍ର ବାଧ୍ୟତାମୂଳକ ଆଧାର ଲିଙ୍କେଜ୍ ଏବଂ ଯାଂଚ ଏହି ସହାୟତାକୁ ମଧ୍ୟ କାଟିବା ପାଇଁ ଧମକ ଦେଇଛି । ଜୁଲାଇ ଏବଂ ଅଗଷ୍ଟ ମାସରେ, “ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ” ଦୁଇଟି ସର୍କୁଲାର ଜାରି କରିଥିଲେ (୧୭.୦୭.୨୦୨୦ ଏବଂ ୦୫.୦୮.୨୦୨୦) ଯାହା ଦର୍ଶାଇଥିଲା ଯେ ‘ପେନ୍‌ସନ୍‌’ ଏବଂ ‘ଏକ୍ସ-ଗ୍ରାସିଆ’ ରାଶି କେବଳ (ନଗଦ ଆକାରରେ) ପ୍ରଦାନ କରାଯିବ । କେବଳ ସେହି ଆକାଉଂଟଗୁଡ଼ିକୁ ଋାଶି ପ୍ରଦାନ କରାଯିବ ଯେଉଁମାନଙ୍କର ଆକାଉଂଟ ସହ ଆଧାର କାର୍ଡ଼ ଯାଂଚ କରାଯାଇଥିବ ଏବଂ ପରିଚୟର ପ୍ରମାଣ ଭାବେରେ ଆଧାର କାର୍ଡ଼ ବହନ କରୁଥିବେ ।

ଏହା ହିତାଧିକାରୀମାନଙ୍କ ପାଇଁ କଷ୍ଟଦାୟକ ହେବ ବୋଲି ୨୦୧୭ ମସିହାରେ ଓଡ଼ିଶା ସରକକାର ପେନ୍‌ସନ୍‌ଭୋଗୀଙ୍କ ଆକାଉଂଟ ସହିତ ଆଧାର ସଂଯୋଗକୁ ବିରୋଧ କରିଥିଲେ । ଅବଶ୍ୟ ୨୦୨୦ରେ, ଓଡ଼ିଶା ସରକାର ପଛକୁ ଫେରିଲେ ଏବଂ ଘୋଷଣା କରିଲେ ଯେ ପେନ୍‌ସନ୍ ଆକାଉଂଟଗୁଡ଼ିକୁ ଯାଂଚ ଓ ଆଧାର ନମ୍ବର ସହ ସଂଯୋଜିତ କରିବା ପାଇଁ ଆଧାର ସହିତ ଲିଙ୍କ୍ କରିବାକୁ ହେବ ।

ଓଡ଼ିଶାରେ, ଆଧାର “ଯାଂଚ” ଏବଂ “ସଂଯୋଗୀକରଣ” ପ୍ରକ୍ରିୟା ପ୍ରାୟ ୨୦୧୯ ମସିହା ଶେଷ ଆଡ଼କୁ ଆରମ୍ଭ ହୋଇଥିଲା ଏବଂ ଏବେ ଏବେ ପୁଣିଥରେ ଆରମ୍ଭ ହୋଇଛି । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ଅପ୍‌ଡ଼େଟ୍ ହୋଇଥିବା ନ୍ୟାସନାଲ୍ ଡ଼୍ୟାସ୍‌ବୋର୍ଡ଼ ଅନୁଯାୟୀ କେବଳ ୮୩ ପ୍ରତିଶତ ଏନ୍‌.ଏସ୍‌.ଏସ୍‌.ପି. ଖାତା ଆଧାର ଦ୍ୱାରା ଯାଂଚ ହୋଇଥିବା ବେଳେ ଏମ୍‌.ବି.ପି.ୱାଇ. ଯୋଜନା ପାଇଁ କେବଳ ୭୪ ପ୍ରତିଶତ ଖାତା ଯାଂଚ କରାଯାଇଛି । ଏହାର ଅର୍ଥ ହେଉଛି ଯେ “ଆଧାର ଯାଂଚ” ଅଭାବ ହେତୁ ୧୧ଲକ୍ଷରୁ ଅଧିକ ବ୍ୟକ୍ତି ସେମାନଙ୍କର ହକ୍ ହରାଇ ପାରନ୍ତି ।

ଆଧାର ସଂଯୋଗୀକରଣ ଏବଂ ଯାଂଚ ପ୍ରକ୍ରିୟା ଅସ୍ୱଚ୍ଛତା ଘୋଡ଼ଣୀ ଭିତରେ ରହିଛି । ଉଦାହରଣ ସ୍ୱରୂପ, ରାଜ୍ୟ ସରକାରଙ୍କ ରିପୋର୍ଟଗୁଡ଼ିକ ମଧ୍ୟରୁ ଗୋଟିଏ ସୂଚିତ କରେ ଯେ “୧୦୩% ଆକାଂଉଟଗୁଡ଼ିକ ଡ଼ିଜିଟାଇଜ୍ ହୋଇଛି – ଏହା ଏପରି ଏକ ସଂଖ୍ୟା ଯାହାକି କେଉଁଠାରୁ ଆସିଛି ତାହା ସଂପୂର୍ଣ୍ଣ ଅସ୍ପଷ୍ଟ” । ଏହି ଦୁଇଟି ପ୍ରକ୍ରିୟାର କୌଣସି ସ୍ପଷ୍ଟ ପଦ୍ଧତି ନାହିଁ, ତେଣୁ ଯଦି ଆପଣ ତାଲିକାରୁ ବାଦ୍ ପଡ଼ୁଛନ୍ତି ତେବେ ଆପଣଙ୍କୁ ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ଦୌଡ଼ିବାକୁ ଛାଡ଼ି ଦିଆଯିବ ଆଉ ଆପଣ ଦୌଡ଼ୁଥିବେ । ସଂଯୋଗୀକରଣ କିମ୍ବା ଯାଂଚରେ ବିଫଳତା ନିର୍ଦ୍ଦିଷ୍ଟ ବିଭାଗର ବିନା ଜ୍ଞାତସାରରେ ବିଭିନ୍ନ କାରଣରୁ ହୋଇପାରେ, ଯେପରିକି ବ୍ୟକ୍ତିଙ୍କ ନାମ ଭୁଲ ବନାନ କରାଯାଇପାରେ; ଆଧାର ପାଇଁ ପଞ୍ଜିକରଣ ସମୟରେ କିମ୍ବା ଯାଂଚ ସମୟରେ ବାୟୋମେଟ୍ରିକ୍ ବିଫଳତା ହୋଇପାରେ; କିମ୍ବା ସିଷ୍ଟମ୍ ଆପଣଙ୍କୁ ଚିହ୍ନି ପାରିବ ନାହିଁ ।

ଏହାକୁ ବୁଝିବା ପାଇଁ ଚେଷ୍ଟା କରିବା ପୂର୍ବରୁ ଏହା କଷ୍ଟସାଧ୍ୟ ହୋଇଯାଇଛି, ବିଶେଷକରି ଯେଉଁମାନେ ବାହାରକୁ ଯିବା ଆସିବା କରନ୍ତି ନାହିଁ, ପରିବହନ ସୁବିଧା ନାହିଁ କିମ୍ବା ପ୍ରଶାସନିକ କାର୍ଯ୍ୟାଳୟ ଠାରୁ ବହୁ ଦୂରରେ ରହୁଛନ୍ତି । କରୋନା ମହାମାରୀ ଏଭଳି ପ୍ରସଙ୍ଗକୁ ଆହୁରି ଅସମ୍ଭବ କରି ଦେଇକ୍ତି ।

ଯେକୌଣସି ମାମଲାରେ, ହିତାଧିକାରୀ ଯାଂଚ କରିବାର ଉଦ୍ଦେଶ୍ୟ ଆଧାର ଯାଂଚ କିମ୍ବା ଲିଙ୍କେଜ୍ ଦ୍ୱାରା ପ୍ରଦାନ କରାଯାଏ ନାହିଁ । ଆଧାର ଡ଼ାଟାବେସ୍ ସ୍ୱ-ଯାଂଚ ଡ଼କ୍ୟୁମେଂଟ ଆଧାରରେ ସୃଷ୍ଟି କରାଯାଇଥିଲା ଏବଂ ଆଧାର କାର୍ଡ଼ କେବଳ ଏକ ପ୍ରିଂଟଆଉଟ୍‌, ଯାହା ପରିଚୟର ପ୍ରମାଣ ଭାବେ କାର୍ଯ୍ୟ କରିବା ପାଇଁ ଉର୍ଦ୍ଦିଷ୍ଟ ନୁହେଁ । ଫିଙ୍ଗର ପ୍ରିଂଟ (ଆଙ୍ଗୁଳି ଛାପ) ପ୍ରାମାଣିକିକରଣର ଧମକକୁ ଜାଗ୍ରତ କରି ମହାମାରୀ ସମୟରେ ପ୍ରାୟ ପ୍ରତ୍ୟେକ ରାଜ୍ୟରେ ବାୟୋମେଟ୍ରିକ୍ ପ୍ରାମାଣିକିକରକୁ ସ୍ଥଗିତ ରଖାଯାଇଛି ।

କଲ୍ୟାଣକାରୀ ଯୋଜନାରେ ମିଳୁଥିବା ହକ୍ ପାଇଁ ଆଧାରକୁ ଏକ ପ୍ରତିବନ୍ଧକ କରିବା ହେଉଛି ଏକ ଅବହେଳିତ ପଦକ୍ଷେପ ଯାହାକି ବିପ୍ପଜନକ ଏବଂ ଏପରିକି ସାଂଘାତିକ ପ୍ରଭାବ ପକାଇପାରେ, ଯେପରିକି ଦୁଃଖୀ ଯାନୀଙ୍କ କ୍ଷେତ୍ରରେ ଦେଖାଯାଇଛି । ଓଡ଼ିଶା ସରକାରଙ୍କୁ ଏପରିସବୁ ଆବଶ୍ୟକତାକୁ ହଟାଇବାକୁ ପଡ଼ିବ । ଟେକ୍ନୋଲୋଜି ସହିତ ପରୀକ୍ଷଣ ହେତୁ ଆମ ଦେଶର ସବୁଠାରୁ ଅସୁରକ୍ଷିତ ନାଗରିକଙ୍କ ଅଧିକାରକୁ ହ୍ରାସ କରାଯାଇ ପାରିବ ନାହିଁ ।

Leave a Reply