ଚାଷୀଙ୍କ ଉପରେ ୧୨୪୪ କୋଟି ବିଜୁଳି ବିଲ୍‌ ବକେୟା

ଭୁବନେଶ୍ୱର,(ଓଟି): ୨୦୦୯-୧୦ରୁ ୨୦୧୮-୧୯ ୧୦ ବର୍ଷ ମଧ୍ୟରେ ପ୍ରାୟ ୫.୯୩ ଲକ୍ଷ ଚାଷୀଙ୍କୁ ଜଳସେଚନ ନିମନ୍ତେ ସ୍ୱତନ୍ତ୍ର ରିହାତି ଦରରେ ବିଦ୍ୟୁତ୍‍ ଯୋଗାଇ ଦିଆଯାଇଛି । ସେଥିମଧ୍ୟରୁ ପ୍ରାୟ ୩.୫୦ ଲକ୍ଷ ଚାଷୀ ପ୍ରାୟ ୧୨୪୪ କୋଟି ଟଙ୍କାର ବିଦ୍ୟୁତ୍‍ ଦେୟ ପୈଠ କରିନାହାନ୍ତି ବୋଲି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଆଗକୁ  ଏହି ବିଜୁଳି ବିଲ୍‌ ଛାଡ଼ ନେଇ ଛାଡ଼ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି ସେ କହିଛନ୍ତି।

ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ ଯେ କୃଷି କ୍ଷେତ୍ରରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ରିହାତି ଦର ୟୁନିଟ୍‍ ପିଛା ଟ ୧.୫୦ ପଇସା ହିସାବରେ ବିଦ୍ୟୁତ୍‍ ଦିଆଯାଉଛି। ଏଥିପାଇଁ ବିଦ୍ୟୁତ୍‍ ବିତରଣ କମ୍ପାନୀ ସେସୁ, ନେସ୍‍କୋ, ୱେସ୍‍କୋ ଓ ସାଉଥ୍‍କୋ ଦେଇଥିବା ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷରେ ୫ ଲକ୍ଷ ୯୩ ହଜାର ୭୩୯ଜଣ ଚାଷୀ ବିଦ୍ୟୁତ୍‍ ବ୍ୟବହାର କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୫୦ ହଜାର ୧୬୦ଜଣ ବ୍ୟବହାରକାରୀ ୧୨୪୩ କୋଟି ୯୯ ଲକ୍ଷ ଟଙ୍କାର ବିଦ୍ୟୁତ୍‍ ଦେୟ ପୈଠ କରିନାହାନ୍ତି । ଏ ନେଇ ସେ କମ୍ପାନୀମାନଙ୍କ ପ୍ରଦତ୍ତ ତଥ୍ୟ ଗୃହରେ ଉପସ୍ଥାପନ କରିଥିଲେ ।

Leave a Reply

Your email address will not be published.