ରେଳ ବଜେଟ୍‌ରେ ଓଡିଶା ପାଇଁ ୭୨୦୦କୋଟି ଦାବି କଲା ବିଜେଡି

ଭୁବନେଶ୍ବର, (ଓଡିଶା ଟାଇମ୍) :ରେଳ ବଜେଟ୍‌ରେ ଓଡିଶା ପାଇଁ ୭୨୦୦କୋଟି ଦାବି କଲା ବିଜେଡି। ପୁରୁଣା ପ୍ରକଳ୍ପ ୩୫୦୦ ଓ ନୂଆ ପ୍ରକଳ୍ପ ପାଇଁ ୩୭୦୦କୋଟି ଦାବି । ଏନେଇ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ ହୋଇଛି । ରେଳ ବଜେଟରେ ଓଡିଶାର ଦାବି ପୂରଣ ହେବା ଦରକାର । ବିଭିନ୍ନ ରେଳ ପ୍ରକଳ୍ପ ଅଧପନ୍ତରିଆ ହୋଇପଡିଛି ବୋଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି ।

ସେ କହିଛନ୍ତି ପରିସ୍ଥିତି ଯାହା ବି ଥାଉ, ଆମର ହକ୍ ଅଛି, ଅଧିକାର ଅଛି, ରେଳ ବଜେଟ୍ ସଂକ୍ରାନ୍ତରେ ଆମର ଦାବି ପୂରଣ ହେବା ଦରକାର । କୋଭିଡ୍ କଟକଣା ସମୟରେ ମଧ୍ୟ ଓଡିଶାରୁ ଭଲ ଜିଏସଟି ଆଦାୟ ହୋଇଛି । ତେଣୁ ରେଳ ବଜେଟରେ ଆମକୁ ଅଲଗା ଭାବେ ଦେଖିବାକୁ ହେବ । ରାଜ୍ୟ ସରକାର ଦୁଇଟି ପାର୍ଟରେ ରେଳ ବଜେଟ୍ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ପୁରୁଣା ପ୍ରକଳ୍ପ ପାଇଁ ୩୫୦୦ କୋଟି ଟଙ୍କା ଓ ନୂଆ ପ୍ରକଳ୍ପ ପାଇଁ ୩୭୦୦ କୋଟି ଟଙ୍କା ଦାବି ଉପସ୍ଥାପନ କରାଯାଇଛି । ଏହିପରି ଚଳିତ ରେଳ ବଜେଟ୍ ପାଇଁ ଓଡିଶା ୭୨୦୦ କୋଟି ଟଙ୍କାର ଦାବି ଉପସ୍ଥାପନ କରିଛି ।

ଅନେକ ସମୟରେ ରେଳବାଇ କହେ ଜମି ସମସ୍ୟା ଯୋଗୁଁ କାମ ଆଗେଇ ପାରୁନାହିଁ ।ଏହା ଷ୍ଟେରିଓ ଟାଇପ୍ କଥା ହୋଇଗଲାଣି । ରେଳବାଇର ଅନେକ ପ୍ରକଳ୍ପ ଅଛି, ଯେଉଁଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରିବା ସହ ଜମି ମଧ୍ୟ ଉପଲବ୍ଧ କରିଛନ୍ତି । ଆଉ କିଛି ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ଅର୍ଥ ବ୍ୟବସ୍ଥା କରିଛନ୍ତି । କିନ୍ତୁ କୌଣସି କାମ ଆରମ୍ଭ ହୋଇନାହିଁ । ଉଦାହରଣ ସ୍ଵରୂପ ଭୁବନେଶ୍ବର ମୁଖ୍ୟ ରେଳ ଷ୍ଟେସନର ଉନ୍ନତିକରଣ, କଳାହାଣ୍ଡି ଓ ଗଞ୍ଜାମ ସୀତଳାପଲ୍ଲୀ ୱାଗନ କାରଖାନା ଓ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ।

Leave a Reply

Your email address will not be published.