କୃଷକ ସଂଗଠନ ଗୁଡ଼ିକ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତାକାଲିର ଧାରଣା, ପ୍ରତିବାଦ ଓ ବିକ୍ଷୋଭକୁ କଂଗ୍ରେସ ଦଳର ନୈତିକ ସମର୍ଥନ : ନିରଞ୍ଜନ

ଭୁବନେଶ୍ବର, (ଓଡିଶା ଟାଇମ୍) : ତିନିଗୋଟି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ କୃଷକ ସଂଗଠନ ଦ୍ୱାରା ଦିଲ୍ଲୀରେ ନିରନ୍ତର ଆନ୍ଦୋଳନ, ବିକ୍ଷୋଭ ଓ ଆସନ୍ତାକାଲି ଆମରଣ ଅନଶନ ସପକ୍ଷରେ ସାରା ଦେଶରେ ପ୍ରତ୍ୟେକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ଧାରଣା, ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମକୁ ଆଧାର କରି ଆମ ରାଜ୍ୟରେ ପ୍ରତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ନେତୃମଣ୍ଡଳୀ ଓ କର୍ମୀମାନେ ଦଳୀୟ ପତାକା ଓ ବ୍ୟାନର ସହ ଅନ୍ନଦାତାମାନଙ୍କୁ ନୈତ୍ୟକ ସମର୍ଥନ ପ୍ରଦାନ ପୂର୍ବକ ଯୋଗଦେବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ଏପରିକି ଜିଲ୍ଲା କଂଗ୍ରେସ କମିଟିର ସଭାପତିମାନେ କଳା ଆଇନର ପ୍ରତ୍ୟାହାର ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି କେନ୍ଦ୍ରର ବିଜେପି ସରକାରଙ୍କ କୃଷକମାରଣ ନୀତି ଓ ରାଜ୍ୟର ବିଜେଡ଼ି ସରକାରଙ୍କ ଦୋମୁହାଁ ନୀତି ଉପରେ ଉଭୟ ସରକାରଙ୍କ ଚିତ୍ର, ଚରିତ୍ର, ଚାଲ ଓ ଚେହେରାର ପର୍ଦ୍ଦାଫାସ କରିବାକୁ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସୂଚୀତ କରିଛନ୍ତି ।

Leave a Reply

Your email address will not be published.