ଅଗଷ୍ଟ ପ୍ରଥମ ସପ୍ତାହରୁ କଲେଜ୍‌ ପାଠ୍ୟକ୍ରମ

ଭୁବନେଶ୍ଵର, (ଓଟି): ଏଣିକି ଅଗଷ୍ଟ ମାସ ପ୍ରଥମ ସପ୍ତାହରୁ କଲେଜ୍‌ ଖୋଲିବ। ନିର୍ଦ୍ଧାରିତ ସମୟରେ ପାଠ୍ୟକ୍ରମ ଶେଷ ଓ ପରୀକ୍ଷା ପରିଚାଳନା ତଥା ଫଳାଫଳ ପ୍ରକାଶନ ପାଇଁ ତତ୍ପର ହେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁତ୍ଵାରୋପ କରାଯାଇଛି।

ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ବିକାଶ ଆଣିବାକୁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଯେତିକି ଦରକାର ଶିକ୍ଷକଙ୍କ ଉପସ୍ଥାନ ମଧ୍ୟ ସେତିକି ଆବଶ୍ୟକ। ଏହିକ୍ରମରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ସର୍ବନିମ୍ନ ୭୫ ପ୍ରତିଶତ କରାଯାଇଛି। ଯଦି ଏହି ଉପସ୍ଥାନ ହାସଲରେ କୌଣସି ଛାତ୍ର ବିଫଳ ହୁଏ ତେବେ ତାଙ୍କୁ ପରୀକ୍ଷା ଦେବାରୁ ବାଦ୍‌ ଦିଆଯିବ।

ଠିକ୍‌ ସେହିଭଳି ଶିକ୍ଷକଙ୍କୁ ମଧ୍ୟ କଲେଜ୍‌ରେ ସର୍ବନିମ୍ନ ୭ ଘଣ୍ଟାଉପସ୍ଥିତ ରହିବା ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ଏହା ୫ ଘଣ୍ଟା ଥିଲା। ଶିକ୍ଷାକଙ୍କ ଉପସ୍ଥିତି ସମ୍ପର୍କରେ ତଥ୍ୟ ରଖିବା ଲାଗି ବାୟୋମାଟ୍ରିକ୍‌ ବ୍ୟବସ୍ଥା ସମସ୍ତ କଲେଜ୍‌ରେ ଆପଣାଯିବ। ଏ ଭିତରେ ୫୨ଟିଯାକ ସରକାରୀ କଲେଜକୁ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ କଡ଼ା ନିର୍ଦେଶ ଦେଇଛନ୍ତି। ଶ୍ରୀ ସାହୁ କହିଛନ୍ତି ୫୨ ସରକାରୀ କଲେଜରୁ ୧୬ଟି କଲେଜ୍‌ରେ ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥା ଆପଣାଯାଇଛି। ବିଶ୍ଵବ୍ୟାଙ୍କ୍‌ ପାଣ୍ଠିକୁ ଉପଯୋଗ କରି ଅନ୍ୟ କଲେଜମାନେ ଏ ବିଷୟରେ ପଦକ୍ଷେପ ନେବାକୁ ସେ ନିର୍ଦେଶ ଦେଇଛନ୍ତି। ଏହା ଗୁଣାତ୍ମକ ଶିକ୍ଷାର ବିକାଶରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published.