ରାଜଧାନୀରେ ବଳବତ୍ତର ରହିବ ଲକଡାଉନ୍ କଟକଣା

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌):  ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। କିନ୍ତୁ ଆବଶ୍ୟକକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ଦୋକାନକୁ ସର୍ତ୍ତମୂଲକ ଭାବେ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ମଧ୍ୟ କଟକଣା କୋହଳ କରି କିଛି ଦୋକାନ ଖୋଲିବା ପାଇଁ ଅନୁମତି ଦେଇସାରିଛନ୍ତି। ତେବେ ସବୁ ପରେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ କଟକଣା କୋହଳ ହେବ ନାହିଁ ବୋଲି ବିଏମ୍‌ସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଟ୍ୱିଟ୍ ଜିରଆରେ ବିଏମ୍‌ସି କର୍ତ୍ତୃପକ୍ଷ ଜଣାଇଛନ୍ତି ଯେ ରାଜଧାନୀ ରେଡ୍ ଜୋନ୍‌ରେ ରହିଛି। ତେଣୁ ଏଠାରେ ଲକ୍‌ଡାଉନ କଟକଣା କୋହଳ କରାଯିବ ନାହିଁ। ଆସନ୍ତା ସମୀକ୍ଷା ଯାଏଁ କଟକଣା ବଳବତ୍ତର ରହିବ ବୋଲି କୁହାଯାଇଛି। ଶନିବାରଠାରୁ ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ରାଜ୍ୟରେ ମଧ୍ୟ କିଛି ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର । ତେବେ ରାଜ୍ୟରେ କେଉଁ ଦୋକାନ କେତେ ସମୟ ଖୋଲା ରହିବ ତା’ର ନିଷ୍ପତ୍ତି ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନର ସ୍ଥିର କରିବେ। ଅନ୍ୟପକ୍ଷରେ ସାମାଜିକ ଦୂରତା ବଜୟା ରଖିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ସେଲୁନ ଓ ମଦ ଦୋକାନ ଖୋଲାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published.