ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଖୁବଶୀଘ୍ର ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୩୧ପୂର୍ବରୁ ବିଧାନସଭାର ଶୀତକାଳୀନ ଅଧିବେଶନ ବସିବ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ଯ

ଡିସେମ୍ବର ୩୧ ପୂର୍ବରୁ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ। ବିଧାନସଭା ବିଧି ଅନୁସାରେ ୬୦ ଦିନ ଗୃହ କାର୍ଯ୍ୟ ଚାଲିବାର ବ୍ୟବସ୍ଥା ରହିଛି। ତୃତୀୟ ଓ ଚତୁର୍ଥ  ଅଧିବେଶନରେ ସର୍ବମୋଟ ୨୦ ଦିନ ଗୃହ କାର୍ଯ୍ୟ ଚାଲିଛି। ଡିସେମ୍ବର ପୂର୍ବରୁ ଆଉ ୪୦ ଦିନର ବସିବାକୁ ବାକି ରହିଛି। କେବେ ବସିବ ଓ କଣ ରହିବ ରୂପରେଖ,  ସେନେଇ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ରାଜ୍ୟପାଳଙ୍କ ନିଷ୍ପତ୍ତି ପରେ ୪୦ ଦିନର କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି କହିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published.