#OdishaFightsCorona: ବିନା ମାସ୍କରେ ଘରୁ ବାହାରିଲେ ଜୋରିମାନା ୫୦୦ଟଙ୍କା ଜୋରିମାନା ଆଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା) : ଏଣିକି ବିନା ମାସ୍କରେ ଘରୁ ବାହାରିଲେ ଜୋରିମାନା ୫ ଶହ ଟଙ୍କା ଦେବାକୁ ପଡ଼ିବ । ଏଥିନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆଦେଶ ଜାରି କରିଛନ୍ତି ।

ମୁଖ୍ୟ ସଚିବଙ୍କ ଆଦେଶକୁ କାର୍ଯ୍ୟକରିବାକୁ ଯାଇ ଜିଲ୍ଲାପାଳ ସମର୍ଥ ବର୍ଭା କହିଛନ୍ତି- କୌଣସି ଲୋକ ଘରୁ ବାହାରିଲେ ମୁହଁରେ ମାସ୍କ ପିନ୍ଧି ବା ମୁହଁରେ ରୁମାଲ ବାନ୍ଧି ବା ସଫା କପଡ଼ାକୁ ଦୁଇ ପରସ୍ତ କରି ମୁହଁରେ ବାନ୍ଧି ବାହାରକୁ ବାହାରିବାକୁ ହେବ । େ ଏହି ନର୍ଦ୍ଦେଶନାମୁ ଉଲଂଘନ କରି ଯିଏ ଘରୁ ବାହାରିବ ତା’ଉପରେ ୫ଶହ ଟଙ୍କା ଜୋରିମାନା କରାଯିବ ।
ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶକୁ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସହର ଓ ଗାଁ ଗଣ୍ଡାରେ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ସାଧାରଣ ଲୋକଙ୍କୁ ଅବଗତ କରାଯାଇଛି । ମାସ୍କ, ରୁମାଲ ବା କପଡ଼ା ମୁହଁରେ ବାନ୍ଧିବା ଦ୍ୱାରା ସଂକ୍ରମିତ ବ୍ୟକ୍ତିର ଛିଙ୍କ, ଲାଳ, ଛେପ ବା କଫ ନିକଟରେ ଥିବା ବ୍ୟକ୍ତିକୁ ସଂକ୍ରମିତ କରିପାରିବ ନାହିଁ । ତେଣୁ ସରକାରଙ୍କ ଏହି ନିୟମକୁ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି ।

ଏବେ ସମଗ୍ର ପୃଥିବୀରେ କରୋନା ସଂକ୍ରମଣ ବ୍ୟାପି ମୃତ୍ୟୁର ତାଣ୍ଡବ ଲୀଳା ସୃଷ୍ଟି କରୁଥିବା ବେଳେ ଆମ ଦେଶ ଭାରତ ଓ ରାଜ୍ୟରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନା ଭୂତାଣୁ ସଂକ୍ରମଣରେ ରୋକ ଲଗାଇବା ପାଇଁ ସମଗ୍ର ଦେଶ ଓ ରାଜ୍ୟରେ ଲକଡାଉନ କରାଯାଇ ଲୋକେ ଘରୁ ବାହାରିବା ଉପରେ କଟକଣା ଲଗା ଯାଇଛି । ଏଥିସହ ବିଦେଶ ତଥା ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ଲୋକମାନେ ନିଜକୁ ପଞ୍ଜିିକରଣ କରିବା ସହ ୧୪ ଦିନ ପାଇଁ ଏକାନ୍ତ ବାସରେ ରହିବାକୁ ରାଜ୍ୟ ସରକାର କହିଛନ୍ତି । ଏଥିସହ କୌଣସି ବ୍ୟକ୍ତିକୁ କାଶ, ଛିଙ୍କ, ଜ୍ୱର ଆଦି ହେଲେ ତୁରନ୍ତ ଟୋଲ ଫ୍ରି ନମ୍ବର ୧୦୪କୁ ଟେଲିଫୋନ କରି ଜଣାଇବାକୁ ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସର୍ବୋପରି ପ୍ରତି ବ୍ୟକ୍ତି ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି । ହେଲେ କିଛି ଲୋକ ଏହି ସମସ୍ତ ସରକାରୀ ନିର୍ଦ୍ଦେଶନାମାକୁ ନମାନିବା ସହ ଲକଡାଉନକୁ ବେଖାତିର କରି ବିଭିନ୍ନ ବାହାନ କରି ଘରୁ ବାହାରି ବୁଲାବୁଲି କରୁଥିବାରୁ ଓ ହାଟ ବଜାର ଆଦି ସର୍ବସାଧାରଣ ସ୍ଥାନରେ ଗହଳି କରି ସାମାଜିକ ଦୂରତ୍ୱ ରକ୍ଷା କରୁନଥିବା ଯୋଗୁ ରାଜ୍ୟରେ କରୋନାରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେହିପରି ବିଦେଶ ଓ ରାଜ୍ୟ ବାହାରୁ ଆସିଥିବା କିଛଇ ଲୋକ ନିଜ ନାମ ପଞ୍ଜିକରଣ ନକରି ଲୁଚି ରହିଥିବା ଯୋଗୁ କରୋନା ଭୂତାଣୁ ଗଣସଂକ୍ରମଣର ଆଶଙ୍କା ସୃଷ୍ଟି କରିଛି । ଜଣେ ସଂକ୍ରମିତ ବ୍ୟକ୍ତିକୁ ଛୁଇଁବା ଦ୍ୱାରା ଓ ସଂକ୍ରମିତ ବ୍ୟକ୍ତିର କାଶ, ଛିଙ୍କ, କଫ, ଲାଳ, ଆଦିର ସଂସ୍ପର୍ଷରେ ଆସିବା ଦ୍ୱାରା କରୋନା ଭୂତାଣୁ ଅନ୍ୟ ଜଣକୁ ସଂକ୍ରମିତ ହୋଇଥାଏ । ଭୂତାଣୁ ଗଣସଂକକ୍ରମଣ ରୂପ ନେବାକୁ ବସିଥିବା ଯୋଗୁ ରାଜ୍ୟ ସରକାର ଏକ ନୂତନ ନିୟମ ଲାଗୁ କରିଛନ୍ତି । ଏହି ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ଘରୁ ବାହାରେ ତେବେ ସେ ମୁହଁରେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ । ଏହି ନିୟମ ଉ ଲଂଘନ କରୁଥିବା ବ୍ୟକ୍ତି ଉପରେ ଜୋରିମାନା କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି । ଏହି ନିୟମକୁ କଡ଼ା କଡ଼ି ଭାବେ ଲାଗୁ କରିବାକୁ ରାଜ୍ୟ ମୁଖ୍ୟ ସଚୀବ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ।

Leave a Reply