ଏସ୍‌ସିବିରେ ଆରମ୍ଭ ହେଲା କରୋନା ପରୀକ୍ଷା, ରାଜ୍ୟରେ ଦିନକୁ ୧୩୭ଟି ସାମ୍ପଲ୍‌ ଟେଷ୍ଟ

ଭୁବନେଶ୍ଵର, (ଓଟି): ଯଥାସମ୍ଭବ ଅଧିକ ସନ୍ଦିଗ୍ଧଙ୍କ ପରୀକ୍ଷଣ ପାଇଁ ରାଜ୍ୟରେ ତୃତୀୟ କରୋନା ପରୀକ୍ଷଣ ଲ୍ୟାବ୍‌ ଖୋଲିଛି। ଏହା କଟକ ଏସ୍‌ସିବିରେ କାର୍ଯ୍ୟ କରିବା ଆରମ୍ଭ କରିଛି। ପ୍ରଥମ ଦିନରେ ଏହି ଲ୍ୟାବରେ ୩ ଜଣଙ୍କ ତଣ୍ଟି ଓ ନାକରୁ ସାମ୍ପଲ୍‌ ପରୀକ୍ଷଣ କରାଯାଇଥିଲା। ସମସ୍ତ ତିନୋଟିୋ ଫଳାଫଳ ନେଗେଟିଭ୍‌ ଆସିଥିବା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଏଯାଏ ଭୁବନେଶ୍ଵରର ଏମ୍ସ ଏବଂ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର( ଆର୍‌ଏମ୍‌ଆର୍‌ସି)ଠାରେ ସାମ୍ପଲ୍‌ ପରୀକ୍ଷଣ କରାଯାଉଥିଲା। ସ୍ଵାସ୍ଥ୍ୟ ଭିବାଗର ରିପୋର୍ଟ ଅନୁସାରେ ଦିନକୁ ଦିନ ପରୀକ୍ଷଣ କସଂଖ୍ୟାମ ଧ୍ୟ ଉଭୟ ଲାବୋରେଟୋରୀରେ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ରାଜ୍ୟରେ ସମୁଦା୍ର ୪୭୩ଟି ସାମ୍ପଲ୍‌ ପରୀକ୍ଷା କରାଯାଇଥିବା ବେଳେ ଆଜି ୧୩୭ଟି ସାମ୍ପଲ୍‌ ପରୀକ୍ଷା କରାଯାଇଥିବା କୁହାଯାଇଛି। ଏହି ୧୩୭ ସାମ୍ପଲ୍‌ରୁ ଆରଏମ୍‌ଆର୍‌ସିରେ ୧୧୯ଟି ସରମ୍ପଲ୍‌ ପରୀକ୍ଷା କରାଯାଇଥିଲା। ସମସ୍ତ ସମ୍ପଳ୍‌ ନେଗେଟିଭ୍‌ ଆସିଥିବା ବେଳେ ଏମ୍‌ସ୍‌ଠାରେ ହୋଇଥିବା ୧୫ଟି ସାମ୍ପଲ୍‌ରୁ ୧ଟି ପଜିଟିଭ୍‌ ଥିବା ସୂଚନା ମିଳିଛି।

 

Leave a Reply

Your email address will not be published.