ଘରୋଇ ଲ୍ୟାବ୍ଙ୍କୁ #covid19 ପରୀକ୍ଷା କ୍ଷମତା
ଭୁବନେଶ୍ଵର, (ଓଟି): ଏଣିକି ଘରୋଇ ହସ୍ପିଟାଲ୍ ତଥା ନିଦାନ କେନ୍ଦ୍ରମାନେ କୋଭିଡ୍୧୯ କରୋନା ଭୁତାଣୁର ପରୀକ୍ଷା କରିପାରିବେ। ଦିନକୁ ଦିନ ବଢ଼ୁଥିବା ସଂଖ୍ୟାକୁ ପରିଚାଳନା କରିବା ତଥା ବିରୋଧୀ ଦଳର ସମାଲୋଚନାକୁ ଏଡ଼ାଇବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଟାଇମ୍ସଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଯେଉଁ ଲ୍ୟାବ୍ ଏହି ପରିୀକ୍ଷା କରିବେ ସେଥିଲାଗି ସେମାନଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା ଡ୍ରଗ୍ସ ଆସୋସିଏସନ୍ ଦ୍ଵାରା ପ୍ରମାଣିତ ପରୀକ୍ଷା କିଟ୍ ବ୍ୟବହାର କରିବାକୁ ହେବ। ଏଥିଲାଗି ସେମାନେ ଆବଶ୍ୟକ ଦେୟ ପୂର୍ବରୁ ନିର୍ଦ୍ଧାରଣ କରିବେ। ପ୍ରଥମ ପର୍ଯ୍ୟାୟରେ ଏହି ପରୀକ୍ଷଣ ସଂଖ୍ୟା ୫୦ରେ ପହ୍ୟ୍ଚିବ।
ଭାରତର ଫାର୍ମାସ୍ୟୁଟିକାଲ୍ କ୍ଷେତ୍ର ଏଯାଏ ସ୍ଵତନ୍ତ୍ର କୋଭିଡ୍ ୧୯ ପରୀକ୍ଷଣ କିଟ୍ ପ୍ରସ୍ତୁତ କରିପାରି ନାହାନ୍ତି। ଏଥିଲାଗି ପ୍ରଧାନମନ୍ତ୍ରୀ ମୋଦି ସ୍ଵଦେଶୀ ଜ୍ଞାନ କୌଶଳରେ ସୁଲଭ ମୂଲ୍ୟରେ ପରୀକ୍ଷଣ ପାଇଁ ଆବଶ୍ୟକ କିଟ୍ ପ୍ରସ୍ତୁତ କରିବାକୁ ଭାରତର ଫାର୍ମା କ୍ଷେତ୍ରକୁ ଆହ୍ବାନ ଜଣାଇଛନ୍ତି। ଏନେଇ ଟ୍ବିଟ୍ ଯୋଗେ ମଧ୍ୟ ଭାରତ ସରକାର ପାଣ୍ଠି ବ୍ୟବସ୍ଥା କରିବାକୁ କହିଥିଲେ।
ଏବେ ଦେଶରେ ସରକାରୀ ସ୍ତରରେ କୋଭିଡ୍-୧୯ ଭୁତାଣୁ ବାବଦରେ ପରୀକ୍ଷଣ କରାଯାଉଛି। ଏହି ପରୀକ୍ଷଣ କେନ୍ଦ୍ର ସଂଖ୍ୟା ୧୧୧ ରହିଛି। ପୂର୍ବରୁ ଏହା ପାଖାପାଖି ୩୦ ଥିଲା।