ସ୍ଵାଧୀନତା ସଂଗ୍ରାମୀଙ୍କୁ ‘ମାନ୍ୟବର’

ଭୁବନେଶ୍ଵର, (ଓଟି): ସ୍ଵାଧୀନତାର ୭୨ ବର୍ଷ ପରେ ସ୍ଵାଧୀନତା ସଂଗ୍ରାମୀଙ୍କ ପାଇଁ ନୂଆ ସମ୍ବୋଧନ ଯୋଡ଼ିଛନ୍ତି ଓଡ଼ିଶା ସରକାର। ଏଣିକି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତଥା ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କ ପରି ସ୍ଵାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ସମ୍ବୋଧନ କରାଯିବ। ଅର୍ଥାତ୍‌ କୌଣସି ସାରକାରୀ ବା ସାର୍ବଜନୀକ କାର୍ଯ୍ୟରେ ସ୍ଵାଧୀନତା ସଂଗ୍ରାମୀଙ୍କୁ ଆମନ୍ତ୍ରଣ କରିବା ସମୟରେ ତାଙ୍କ ପୂର୍ବରୁ ‘ମାନ୍ୟବର’ ଶବ୍ଦ ଯୋଡ଼ାଯିବ। 

ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛନ୍ତି। ସେହି ଅନୁସାରେ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ‘ ସ୍ଵାଧୀନତା ସଂଗ୍ରାମରେ ସେମାନଙ୍କ ମହନୀୟ ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ସ୍ଵାଧୀନତା ସଂଗ୍ରାମୀଙ୍କୁ ସଭା ସମିତିରେ ସମ୍ବୋଧନ କରିବା ସମୟରେ ମାନ୍ୟବର ଭାବରେ ସମ୍ବୋଧନ କରିବା ପାଇଁ ନିଷ୍ପତ୍ତି କରିଛନ୍ତି’। 

Leave a Reply

Your email address will not be published.