କାଲିଠୁ ପୁଣି ଚାଲିବ ‘ମୋ ବସ୍’, ୮ଟି ରୁଟ୍ରେ କରିବ ଚଳାଚଳ
ଭୁବନେଶ୍ଵର, (ଓଡିଶା ଟାଇମ୍) : ଆସନ୍ତାକାଲିଠାରୁ ୮ଟି ରୁଟରେ ମୋ ବସ୍ ଗଡ଼ିବ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ନନ୍ ଏସି ବସ୍ ଚାଲିବ । ୧୧, ୧୬,୧୮, ୨୦, ୨୩,୨୫,୨୭ ଓ ୩୩ ନମ୍ବର ରୁଟରେ ଗଡ଼ିବ ବୋଲି ସୂଚନା ମିଳିଛି ।ଏହାସହ ମାସ୍କ ନ ପିନ୍ଧିଲେ ବସ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଶନିବାର ଏବଂ ରବିବାର ଦିନ ବସ୍ ଚାଲିବନି । ଶନିବାର ରବିବାର ସପ୍ତାହିକ ସଟ୍ ଡାଉନ୍ ଥିବାରୁ ବସ୍ ଚଳାଚଳ କରିବନି । ଏ ନେଇ ‘ମୋ ବସ୍’ ପରିଚାଳନା ସଂସ୍ଥା ସିଆରୟୁଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ବଢି ଚାଲିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସଟ୍ ଡାଉନ୍ ଲାଗୁ କରାଯାଇଥିଲା । ଯାହା ଫଳରେ ‘ମୋ ବସ୍’ ସେବା ବନ୍ଦ ରଖାଯାଇଥିଲା ।